Masthead

ଆସାମ ରାଇଫଲ ରେଜିମେଣ୍ଟରେ ଯୋଗଦେବେ ଆଦିବାସୀ ଝିଅ ଜ୍ୟୋତି

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ । ସମ୍ବଲପୁରର ଝିଅ ଜ୍ୟୋତି ମୁଣ୍ଡା ସମ୍ବଲପୁର ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଜ୍ୟୋତି ଭାରତୀୟ ସେନାରେ ଯୋଗଦେଇ ଦେଶ ସେବା କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକ୍ ଝାରମୁଣ୍ଡା ଗ୍ରାମର ଆଦିବାସୀ ଝିଅ ଜ୍ୟୋତି ଆସାମ ରାଇଫଲ ରେଜିମେଣ୍ଟରେ ଯୋଗଦେବେ । ଏଥିପାଇଁ ଜ୍ୟୋତି ୨୦୧୮ରେ ଏସଏସସି ଦ୍ୱାରା ଲିଖିତ ପରୀକ୍ଷା ଓ ୨୦୧୯ରେ ଫିଜିକାଲ ଟେଷ୍ଟ ଦେଇ କୃତକାର୍ଯ୍ୟ ହୋଇଛନ୍ତି । ଏକ ଗରିବ ଆଦିବାସୀ ପରିବାରରୁ ଆସିଥିବା ଜ୍ୟୋତିଙ୍କ ଦୃଢ ମନୋବଳ ପାଇଁ ସଫଳତାରେ ଦାରିଦ୍ରତା ବାଧା ଦେଇନଥିଲା ।

ସେ ପିଲାଟି ଦିନରୁ ଦେଶ ସେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ତାଙ୍କର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ଜ୍ୟୋତି । ଦୃଢ ଇଚ୍ଛାଶକ୍ତି ଥିଲେ ପରିସ୍ଥିତି ଯେମିତି ବି ଆସୁ ସଫଳତା ମିଳିବା ଶୁନିଶ୍ଚିତ । ଏକଥାକୁ ପ୍ରମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ସମ୍ବଲପୁରର ଝିଅ ଜ୍ୟୋତି ମୁଣ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ