Masthead

ଅସୁରକ୍ଷିତ ରାଜଧାନୀ, ରାତିଅଧରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅସୁରକ୍ଷିତ ରାଜଧାନୀ । ରାତିଅଧରେ ସାମ୍ବାଦିକଙ୍କୁ ଆକ୍ରମଣ । ବଡ଼ ଖବର ପ୍ରତିନିଧି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ମରଣାନ୍ତକ ଆକ୍ରମଣ । ମଞ୍ଚେଶ୍ୱର ଡମ୍ପିଂୟାଡ଼ ପାଖରେ ଏଭଳି ଘଟଣା ଘଟିଛି । ୪ଜଣ ଯୁବକ ବାଇକରେ ଆସି ହାଣିଥିବା ସୂଚନା । ରାତି ପ୍ରାୟ ୧୨ଟା ସମୟରେ ଆକ୍ରମଣ ହୋଇଛି । ଜ୍ୟୋତିରଞ୍ଜନଙ୍କ ମୁଣ୍ଡ, ହାତ, ଗୋଡ଼ରେ ଗଭିର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜ୍ୟୋତି ନିଜ ଘରକୁ ଯାଉଥିବା ବେଳେ ୨ଟି ବାଇକରେ ୪ଜଣ ଯୁବକ ଆସି ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ ।

ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । କିନ୍ତୁ ପୋଲିସ ଦୁର୍ବୃତ୍ତ ମାନଙ୍କୁ ଠାବ କରିପାରିନାହିଁ । ବିନା କାରଣରେ ଗାଳି ଗୁଲଜ କରିଥିଲେ ଜ୍ୟୋତିରଞ୍ଜନ ଏହାର ପ୍ରତିବାଦ କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏଠି ସାଧାରଣ ଲୋକେ, ସାମ୍ବାଦିକ କେହି ସୁରକ୍ଷିତ ନାହାନ୍ତି । ଅପରାଧୀ ଯଦି ରାଜଧାନୀ ରାସ୍ତାରେ ଭୁଜାଲି ଧରି ବୁଲୁଛନ୍ତି, ଅନ୍ୟ ସ୍ଥାନ ମାନଙ୍କ ଅବସ୍ଥା କ’ଣ ଚିନ୍ତା କରିବାର ବିଷୟ । ଘଟଣା ପରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଅପରାଧୀଙ୍କୁ ଗିରଫ କରାଯାଉ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି । ରାଜଧାନୀରେ ଏଭଳି ଗୁଣ୍ଡାଗିରି, କମିଶନରେଟ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ