ତାରିଖରେ ତ୍ରୁଟି କଲା ହସ୍ପିଟାଲ: ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ଛାଡ଼ିଲାନି ପୋଲିସ

ପୁରୀ(ବଡ଼ ଖବର ବ୍ୟୁରୋ): କୋଭିଡ ନେଗେଟିଭ ରିପୋର୍ଟ ଥିଲେ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ମିଳୁଛି ଅନୁମତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କୀତ ଏସଓପି ଜାରି କରାଯାଇଥିଲା । ଭୁବନେଶ୍ୱରରେ ରହୁଥିବା କେନ୍ଦ୍ରାପଡାର ଦିଲ୍ଲୀପ କୁମାର ନାୟକ ଦୀର୍ଘଦିନ ଧରି ଜଗାକୁ ଦେଖିନଥିବାରୁ ତାଙ୍କ ମନ ବ୍ୟାକୁଳ ହୋଇଉଠୁଥିଲା ।ପହଞ୍ଚିଥିଲେ କ୍ୟାପିଟାଲ ହସ୍ପିଟାଲରେ୨୬/୧୨/୨୦୨୦ରେ କରିଥିଲେ କରୋନା ଟେଷ୍ଟ । ରିପୋର୍ଟ ଆସିଲା ନେଗେଟିଭ । ରିପୋର୍ଟକୁ ଧରି ଦିଲ୍ଲୀପ ପହଞ୍ଚିଲେ ପୁରୀରେ । କ୍ୟାପିଟାଲ ହସ୍ପିଟାଲରୁ ନେଇଥିବା ରିପୋର୍ଟ ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ଦେଖାଇ ହୋଇଥିଲେ ହଟ୍ଟହଟ୍ଟା । କ୍ୟାପିଟାଲ ହସ୍ପିଟାଲରେ କୋଭିଡ ଟେଷ୍ଟିଂ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ତୃଟି ଯୋଗୁଁ ତାଙ୍କୁ ଏଭଳି ହଟ୍ଟହଟ୍ଟା ହେବାକୁ ପଡିଥିଲା ।

କ୍ୟାପିଟାଲ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନେ କେତେ ଦାୟିତ୍ୱବାନ ରିପୋର୍ଟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦିଲ୍ଲିପ । ସେ ନିଜର ଆରାଧ୍ୟ କାଳିଆ ଠାକୁରଙ୍କୁ ତ ଦର୍ଶନ କରିପାରିଲେ ନାହିଁ, ଖର୍ଚ୍ଚ ହୋଇଥିବା ୨୦୦୦ ଟଙ୍କା ସମ୍ପୃକ୍ତ କର୍ମଚାରୀଙ୍କଠାରୁ ଦାବି କଲେ । ଦିଲ୍ଲିପ ପାଇଥିବା ରିପୋର୍ଟ ଅନୁସାରେ ୨୬.୧୨.୨୦୨୦ରେ ସେ ସାମ୍ପୁଲ ଦେଇଥିଲେ । ୨.୧.୨୦୨୧ରେ ରିପୋର୍ଟ ପାଇଛନ୍ତି ସତ, କିନ୍ତୁ ଏଥିରେ ରହିଛି ବିରାଟ ତୃଟି। । ରିପୋର୍ଟରେ ଦର୍ଶଯାଇଛି ୨୬.୧୨.୨୦୨୧ରେ ତାଙ୍କର ସାମ୍ପୁଲ କଲେକ୍ସନ ହୋଇଛି । ଆଉ ରିପୋର୍ଟ ମିଳିଛି ୨.୧.୨୦୨୦ରେ । ଏକଥା କହିବାରୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଓଲଟା ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

ଦିଲ୍ଲିପଙ୍କ ରିପୋର୍ଟ କହୁଛି କୋଭିଡ ପରିଚାଳନାରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାର କେତେ ଦକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ