Masthead

ତାରିଖରେ ତ୍ରୁଟି କଲା ହସ୍ପିଟାଲ: ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ଛାଡ଼ିଲାନି ପୋଲିସ

ପୁରୀ(ବଡ଼ ଖବର ବ୍ୟୁରୋ): କୋଭିଡ ନେଗେଟିଭ ରିପୋର୍ଟ ଥିଲେ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ମିଳୁଛି ଅନୁମତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କୀତ ଏସଓପି ଜାରି କରାଯାଇଥିଲା । ଭୁବନେଶ୍ୱରରେ ରହୁଥିବା କେନ୍ଦ୍ରାପଡାର ଦିଲ୍ଲୀପ କୁମାର ନାୟକ ଦୀର୍ଘଦିନ ଧରି ଜଗାକୁ ଦେଖିନଥିବାରୁ ତାଙ୍କ ମନ ବ୍ୟାକୁଳ ହୋଇଉଠୁଥିଲା ।ପହଞ୍ଚିଥିଲେ କ୍ୟାପିଟାଲ ହସ୍ପିଟାଲରେ୨୬/୧୨/୨୦୨୦ରେ କରିଥିଲେ କରୋନା ଟେଷ୍ଟ । ରିପୋର୍ଟ ଆସିଲା ନେଗେଟିଭ । ରିପୋର୍ଟକୁ ଧରି ଦିଲ୍ଲୀପ ପହଞ୍ଚିଲେ ପୁରୀରେ । କ୍ୟାପିଟାଲ ହସ୍ପିଟାଲରୁ ନେଇଥିବା ରିପୋର୍ଟ ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ଦେଖାଇ ହୋଇଥିଲେ ହଟ୍ଟହଟ୍ଟା । କ୍ୟାପିଟାଲ ହସ୍ପିଟାଲରେ କୋଭିଡ ଟେଷ୍ଟିଂ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ତୃଟି ଯୋଗୁଁ ତାଙ୍କୁ ଏଭଳି ହଟ୍ଟହଟ୍ଟା ହେବାକୁ ପଡିଥିଲା ।

କ୍ୟାପିଟାଲ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନେ କେତେ ଦାୟିତ୍ୱବାନ ରିପୋର୍ଟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦିଲ୍ଲିପ । ସେ ନିଜର ଆରାଧ୍ୟ କାଳିଆ ଠାକୁରଙ୍କୁ ତ ଦର୍ଶନ କରିପାରିଲେ ନାହିଁ, ଖର୍ଚ୍ଚ ହୋଇଥିବା ୨୦୦୦ ଟଙ୍କା ସମ୍ପୃକ୍ତ କର୍ମଚାରୀଙ୍କଠାରୁ ଦାବି କଲେ । ଦିଲ୍ଲିପ ପାଇଥିବା ରିପୋର୍ଟ ଅନୁସାରେ ୨୬.୧୨.୨୦୨୦ରେ ସେ ସାମ୍ପୁଲ ଦେଇଥିଲେ । ୨.୧.୨୦୨୧ରେ ରିପୋର୍ଟ ପାଇଛନ୍ତି ସତ, କିନ୍ତୁ ଏଥିରେ ରହିଛି ବିରାଟ ତୃଟି। । ରିପୋର୍ଟରେ ଦର୍ଶଯାଇଛି ୨୬.୧୨.୨୦୨୧ରେ ତାଙ୍କର ସାମ୍ପୁଲ କଲେକ୍ସନ ହୋଇଛି । ଆଉ ରିପୋର୍ଟ ମିଳିଛି ୨.୧.୨୦୨୦ରେ । ଏକଥା କହିବାରୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଓଲଟା ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

ଦିଲ୍ଲିପଙ୍କ ରିପୋର୍ଟ କହୁଛି କୋଭିଡ ପରିଚାଳନାରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାର କେତେ ଦକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ