Masthead

ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକାରେ ୫ ଭାରତୀୟ,ଜାଣନ୍ତୁ କିଏ..

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚଳିତ ଥର ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକା ପ୍ରକାଶ ପାଇଛି । ଟପ୍ ୨୫ ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଏହି ତାଲିକାରେ ଅଛନ୍ତି ।ତେବେ ଏହି ତାଲିକାରେ ବିରାଟ-ଅନୁଷ୍କା ଯୋଡି ମଧ୍ୟ ଅଛନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଜଣେ ।

ବିଶ୍ୱର ଲୋକମାନଙ୍କୁ ପ୍ରଭାବିତ କରୁଥିବା ଏହି ତାଲିକାରେ ବିରାଟ କୋହଲି ୧୧ ନମ୍ବରରେ ଅଛନ୍ତି । ଅର୍ଥାତ ସେ ଏହି ତାଲିକାରେ ସର୍ବାଧିକ ମାନ୍ୟତା ପାଇଥିବା ଭାରତୀୟ ହୋଇପାରିଛନ୍ତି। ଏଥି ସହିତ ଅନୁଷ୍କା ଶର୍ମା ତାଲିକାରେ ୨୪ ନମ୍ବରରେ ଅଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ସାହାଯ୍ୟରେ ସଚେତନତା, ସଶକ୍ତିକରଣ, ତଥା ନିଜକୁ ଲୋକମାନଂକ ଆଗରେ ଆଣି ଏମାନେ କେତେ ଲୋକପ୍ରିୟତା ହାସଲ କରିପାରିଛନ୍ତି,ତାହା ଏହି ଲିଷ୍ଟରୁ ଜଣାପଡେ । ଏହି ତାଲିକାର ଶୀର୍ଷରେ ଅଛନ୍ତି ପର୍ତ୍ତୁଗାଲ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ।

ବିରାଟ କୋହଲି ୧୧ ତମ ସ୍ଥାନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ତମ ସ୍ଥାନରେ, ଅନୁଷ୍କା ଶର୍ମା ୨୪ ତମ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ କ୍ୟାଟ୍ରିନା ଏବଂ ଦୀପିକା ପାଦୁକୋନ ଶ୍ରେଷ୍ଠ ୫୦ ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକାରେ ସ୍ଥାନିତ ହୋଇଛନ୍ତି । କ୍ୟାଟ୍ରିନା ୪୩ ତମ ଏବଂ ଦୀପିକା ୪୭ ତମ ସ୍ଥାନରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା