Masthead

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ଚୀନର ନିର୍ଦ୍ଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଓ ତାଇୱାନକୁ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ଚୀନ ପ୍ରଧାନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ଭାରତ ସହ ସୀମା ବିବାଦ ଏବଂ ତାଇୱାନକୁ ନେଇ ଆମେରିକା ସହ ବିବାଦ ଲାଗିରହିଛି । ଗୋଟିଏ ପଟେ ଭାରତ ଅନ୍ୟ ପଟେ ତାଇୱାନକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ୍ ।

ଚଳିତ ବର୍ଷ ଚୀନ ତାର ପ୍ରତିରକ୍ଷା ବଜେଟରେ ୭.୨ ପ୍ରତିଶତ ବୃଦ୍ଧି କରିବ ବୋଲି ସଂସଦରେ ଉଦବୋଧନ ଦେଇ କହିଛନ୍ତି ଲି କେକ୍ୱିଆଙ୍ଗ୍ । ଫଳରେ ଚୀନର ପ୍ରତିରକ୍ଷା ବଜେଟ୍ ୨୨୫ ବିଲିୟନ ଡଲାର ଅର୍ଥାତ୍ ୧୮ ଲକ୍ଷ ୩୮ ହଜାର ୪୭୭ କୋଟି ଛୁଇଁବ ବୋଲି କୁହାଯାଉଛି । ଏହାକୁ ମିଶାଇ ଲଗାତାର ୮ ବର୍ଷ ହେବ ଚୀନ ତାର ପ୍ରତିରକ୍ଷା ବଜେଟରେ ଲଗାତାର ଭାବେ ବୃଦ୍ଧି କରିଚାଲିଛି । ଯାହା ଭାରତ ସମେତ ପଡ଼ୋଶୀ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ।

ଆମେରିକା ପରେ ବିଶ୍ୱରେ ଚୀନର ପ୍ରତିରକ୍ଷା ବଜେଟ୍ ଦ୍ୱିତୀୟ ସର୍ବଧିକ ଥିବା ବେଳେ ଏହି କ୍ଷେତ୍ରରେ ଭାରତ ତିନି ନମ୍ବରରେ ଅଛି । ତାଇୱାନଠୁ ଆରମ୍ଭ କରି ଦକ୍ଷିଣ ଚୀନ ମହାସାଗରରେ ଆମେରିକାର କାର୍ୟ୍ୟକଳାପକୁ ନେଇ ବେଜିଂ ଚିନ୍ତାରେ ଅଛି । ଏହାଛଡା ଚୀନର ଚେତାବନୀ ସତ୍ୱେ ଆମେରିକାର ତତକାଳୀନ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ଚୀନର ଚିନ୍ତା ଆହୁରୀ ବଢାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ