Masthead

ଏଥର ହେବନି କଂସ ରାଜୁତି

ବରଗଡ଼(ବଡ଼ ଖବର ବ୍ୟୁରୋ): ଏଥର ଶୁଭିବନି ମହାରାଜ କଂସଙ୍କ ଅଟ୍ଟହାସ୍ୟ । କରୋନା ପାଇଁ ବାତିଲ ହେଲା ବିଶ୍ୱର ସବୁଠୁ ବଡ଼ ମୁ୍କ୍ତାକାଶ ରଙ୍ଗମଞ୍ଚାଚଳିତବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । କରୋନା ମହାମାରୀ ପାଇଁ ବନ୍ଦ ରହିଲା ଧନୁଯାତ୍ରା । ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା ନେଇ ବୈଠକ ବସିଥିଲା । କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ଧନୁଯାତ୍ରା କମିଟି ସଭାପତି ତଥା ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବରଗଡ ଉପଜିଲ୍ଲାପାଳ , ଏଡିଏମ , ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଦସ୍ୟ ଉପସ୍ଥିତ ଥିଲେ । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ପାଇଥିବା ଏହି ଯାତ୍ରା ପ୍ରାୟ ୭ କିଲୋମିଟର ପରିଧି ଭିନ୍ନ ଭିନ୍ନ ସ୍ଥାନରେ ୧୭ଟି ମଞ୍ଚରେ ଅନୁଷ୍ଠିତ ହୋଇଥାଏ । ହରିବଂଶ ପୁରାଣର କଂସ ବଦ୍ଧ ଅଧ୍ୟାୟ ଆଧାରରେତ ୧୯୪୭ ମସିହାରୁ ଏହି ଯାତ୍ରା ଆୟୋଜିତ ହୋଇଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’