Masthead

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଅସମ୍ମାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଗାନ୍ଧି ମଣିଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଅସମ୍ମାନ । ଆଉ କେହି ନୁହେଁ, ଅନୁଗୁଳ ଜିଲ୍ଲା ପ୍ରଶାସନ କରିଛି ଅସମ୍ମାନ । ଏବେ ଚାରିଆଡୁ ଚାପ ପଡିବାରୁ ପ୍ରଶାସନ ହରଡଘଣାରେ ପଡିଯାଇଛି । ସ୍ଵାଧୀନତା ସଂଗ୍ରାମୀ, ପ୍ରଚଣ୍ଡ ସ୍ୱାଭିମାନୀ, ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ପ୍ରତିଟି ଓଡ଼ିଆଙ୍କ ପ୍ରାତଃ ସ୍ମରଣୀୟ । ଜୀବନବ୍ୟାପୀ ଧୋତି ଓ ପାଇଜାମା ପରିଧାନ କରୁଥିବ ଏହି ସରଳ, ନିଷ୍କପଟ, ଅହଙ୍କାରଶୂନ୍ୟ ସାଧକଙ୍କ ପ୍ରତିମୂର୍ତ୍ତିକୁ ସାହେବି ପୋଷାକ ପିନ୍ଧାଇ ଦିଆଯାଇଛି । କେବଳ ସମାନ ରହିଛି ଫ୍ରେଞ୍ଚ କଟ ଦାଢି ।   ଅନୁଗୁଳ ଗୋପବନ୍ଧୁ ପାର୍କରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ  ଦେଖନ୍ତୁ । ପ୍ରତିମୂର୍ତ୍ତି କରିଥିବା ବ୍ୟକ୍ତି କିମ୍ବା ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଅର୍ଡର କରିଥିବା ବ୍ୟକ୍ତି ନବବାବୁଙ୍କୁ ଜାଣି ନାହାନ୍ତି ତେଣୁ  ପ୍ରତିମୂର୍ତ୍ତିକୁ ପିନ୍ଧା ଯାଇଛି ପ୍ୟାଣ୍ଟ ଆଉ ସାର୍ଟ । ଅନୁଗୁଳ ଜିଲ୍ଲା ପ୍ରଶାସନ ବାରମ୍ବାର ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଅସମ୍ମାନିତ କରିବାର କାରଣ ଜଣାପଡୁନି।

ଜନମାନସରେ ନବବାବୁ ଭାବେ ପରିଚିତ ନବକୃଷ୍ଣ ଚୌଧୁରୀ ସାଧାରଣ ଜୀବନ ଯାପନ କରୁଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନବ୍ୟାପୀ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ । ଖଦିକୁ ସେ କରିଥିଲେ ଆପଣାର । ମୃତୁ୍ୟ ପର୍ଯ୍ୟନ୍ତ ସେ ଖଦିକୁ ଛାଡିପାରିନଥିଲେ । ଖଦିବସ୍ତ୍ର ଯଦି ଚିର ଯାଉଥିଲା ତାଳି ପକେଇ ପରିଧାନ କରୁଥିଲେ । ଦୁଃଖ ଲାଗୁଛି, କିଏ ଓ କାହିଁକି ଏପରି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବୋଲି ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ପ୍ରଶ୍ନ କରିଛନ୍ତି ।  ଏଭଳି ଜଣେ ଯୋଗଜନ୍ମା, ଗାନ୍ଧିବାଦୀ, ସତ୍ୟନିଷ୍ଠ ବ୍ୟକ୍ତିତ୍ୱଙ୍କୁ ତାଙ୍କ ଆବର୍ତ୍ତମାନରେ ଅସମ୍ମାନ କରିବା ଠିକ୍ ହୋଇନାହିଁ । ଜୀବନବ୍ୟାପୀ ଖଦଡ ଧୋତି ଓ ପାଇଜାମା ପିନ୍ଧୁଥିବା ନବବାବୁଙ୍କ ସଂଗ୍ରାମୀ ଜୀବନ ପ୍ରତି କ୍ରୁର ପରିହାସ ଛଡା ଆଉ କିଛି ନୁହେଁ । ବିଗତ ଦିନରେ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟରୁ ତାଙ୍କ ଫୋଟୋଚିତ୍ର କାଢ଼ିବା, ପୁଣି ଲଗେଇବା ଭଳି କାର୍ଯ୍ୟ ମଧ୍ୟ ହୋଇଛି। ଯାହାକୁ ନେଇ ନବ-ମାଳତୀ ସ୍ମୃତି କମିଟି ଏଭଳି କାର୍ଯ୍ୟକୁ ନିନ୍ଦା କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ