ଆନ୍ଦୋଳନକୁ ଓହ୍ଲାଇଲେ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆନ୍ଦୋଳନକୁ ଓହ୍ଲାଇଲେ ୧୮ ହଜାର ଶିକ୍ଷକ । ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ।  ଚାକିରି ନିୟମିତ ଦାବି ନେଇ ଉତ୍କଳ ଦିବସ ଠାରୁ ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ । ଦୁଇଦିନ ଧାରଣାରେ ବସିବା ପରେ ସରକାର ନ ଶୁଣିବାରୁ ବାଧ୍ୟ ହୋଇ ଦଶ ହଜାରରୁ ଅଧିକ ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନଭେମ୍ବର ୨୫ ରେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନରେ ଭିଡିଓ ବାର୍ତ୍ତାରେ ଓଡ଼ିଶା ମାଟିରୁ ସମ୍ପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କଲେ ବୋଲି ଘୋଷଣା କରିଥିଲେ । ପରେ ସେପ୍ଟେମ୍ବର ୧୬ରେ ଏକ ନୋଟିଫିକେସନ ବାହାର କରି ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନକ୍ରିମେଣ୍ଟ ଦେବା ପାଇଁ ଚିଠିରେ ପ୍ରକାଶ କଲେ । ତେବେ ଏହି କଥାଟି ପ୍ରଥମେ ଶିକ୍ଷକଙ୍କ ମନରେ ଖୁସି ଖେଳାଇଦେଇଥିଲା । ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ନିୟମଟିକୁ କାର୍ଯ୍ୟକାରୀ କରି ନଥିଲେ ।

ଶିକ୍ଷକମାନେ ଗଣଶିକ୍ଷା ବିଭାଗର ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଉଚ୍ଚସ୍ତରୀୟ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଥିଲେ । ତେବେ ଦୁଇ ମାସରୁ ଉର୍ଦ୍ଦ ସମୟ ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା । ପରେ ଡ଼ିସେମ୍ବର ୭ରେ ସଂଘ ଆନ୍ଦୋଳନ କରିଥିଲା । ଏହି ଆନ୍ଦୋଳନ ପରେ ଗଣଶିକ୍ଷା ସଚିବ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ନିୟମିତ କରିବାର ପ୍ରତିଶ୍ରୁତି ଦେଇଥିଲେ ।  ସରକାର ପ୍ରତିଶ୍ରୁତି ପାଳନ କରୁନଥିବା ପ୍ରତିବାଦରେ ,ହଜାର ହଜାର ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ଉତ୍କଳ ଦିବସ ଠାରୁ ପିଏମଜିରେ ଚଳାଇଛନ୍ତି ଆନ୍ଦୋଳନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ