Masthead

ହନି ସିଂ ଉପରେ ଡକ୍ୟୁମେଣ୍ଟାରୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ବଲିଉଡ୍‌ର ପ୍ରସିଦ୍ଧ ହିପ୍ ହପ୍ ଡ୍ୟାନସର ତଥା ରାପର ୟୋ ୟୋ ହନି ସିଂ । ଆଜି ତାଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ହନି ସିଂଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ । ଆଉ ଏହି ଡକ୍ୟୁମେଣ୍ଟାରୀର ଦାୟିତ୍ୱ ଓସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ଗୁନିତ୍ ମୋଙ୍ଗା ନେଇଛନ୍ତି । ହନି ସିଂଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଗୁନିତ୍‌ ମୋଙ୍ଗାଙ୍କ ଶିଖ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବ। ହନି ସିଂଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ନେଟଫ୍ଲିକ୍ସରେ ଆସିବ। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଶଂସକମାନେ ରାପରଙ୍କ ଜୀବନ ସହିତ ପରିଚିତ ହୋଇପାରିବେ ।

ଏହି ଚଳଚ୍ଚିତ୍ରଟି ଓସ୍କାର ବିଜେତା ଶିଖା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଛି। ଏହାର ନିର୍ଦ୍ଦେଶନା ଦେବେ ମୋଜେ ସିଂ। ଅନ୍ୟପକ୍ଷରେ ଗୁନିତ୍‌ ମୋଙ୍ଗା କୁହିଛନ୍ତି’ ହନି ସିଂ ଭାରତୀୟ ସଙ୍ଗୀତ ଶିଳ୍ପରେ ଏକ ନୂତନ ପରିବର୍ତ୍ତନର ସାକ୍ଷୀ ହୋଇଛନ୍ତି। ଯୁବ ପିଢିମାନଙ୍କ ମଧ୍ୟରେ ତାଙ୍କର ଏକ ଜବରଦସ୍ତ କ୍ରେଜ୍ ଅଛି । ମୁଁ ତାଙ୍କ ଜୀବନ କାହାଣୀ ଅନୁସନ୍ଧାନ କରିବାକୁ ଚାହୁଁଥିଲି । ଏଥିପାଇଁ ମୁଁ ନେଟଫ୍ଲିକ୍ସକୁ କୃତଜ୍ଞ, ଯାହା ସର୍ବଦା ବହୁତ ସାହାଯ୍ୟ କରିଆସୁଛି । ଏହି ପ୍ଲାଟଫର୍ମ ସର୍ବଦା ସ୍ଥାନୀୟ କାହାଣୀକୁ ବିଶ୍ୱ ସ୍ତରକୁ ନେବାରେ ସର୍ବଦା ଆଗରେ ରହିଆସିଛି । ଆମେ ହନି ସିଂଙ୍କ ଜୀବନକୁ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିବାକୁ ଉତ୍ସାହିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି