Masthead

କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ

ଗୁଜୁରାଟ(ବଡ଼ ଖବର ବ୍ୟୁରୋ): ଆଜି ଫାଇନାଲ ମୁକାବିଲା । ଗୁଜୁରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୩ ବର୍ଷ ପରେ ଆଇପିଏଲରେ ମିଳିବ ନୂଆ ଚାମ୍ପିଆନ । ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ମହାମୁକାବିଲା । ଯିଏ ବି ଜିତିଲେ ହେବେ ନୂଆ ଚାମ୍ପିଅନ୍‌ । ୧୭ଟି ସିଜିନରୁ ଗୋଟିଏ ଥର ବି ଟ୍ରଫି ଜିତିପାରିନଥିବା ଦୁଇ ଦଳ ଏଥର ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ଉଭୟ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲେ । ତେଣୁ ପ୍ରଥମ ଆଇପିଏଲ ଟ୍ରଫି ଜିତିବାକୁ ଜୋର୍ ଲଗାଇଦେବେ ଉଭୟ ଦଳ । କ୍ୱାଲିଫାୟର-୧ ଲଢ଼େଇରେ ଆରସିବିଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପଞ୍ଜାବ । ମାତ୍ର ୧୦୧ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା ଦଳ ।

ଅଧିନାୟକ ଶ୍ରେୟସ୍ କହିଥିଲେ, ଆମେ ଲଢ଼େଇ ହାରିଛୁ ଯୁଦ୍ଧ ନୁହେଁ । ଆଉ କ୍ୱାଲିଫାୟର-୨ରେ ଜବରଦସ୍ତ କମବ୍ୟାକ୍ କରି ଏ କଥାକୁ ସତ ପ୍ରମାଣିତ କରିଛନ୍ତି ଶ୍ରେୟସ୍ । ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ ଆଇପିଏଲରୁ ବିଦା ହୋଇଛି ୫-୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ ନିଜ ଆଇପିଏଲ ଟ୍ରଫି ସ୍ବପ୍ନ ପୂରା କରିବାକୁ ପୂରା ଦମ୍ ଲଗାଇବେ ବିରାଟ କୋହଲି । କିନ୍ତୁ ଫାଇନାଲ ଫାଇଟରେ ବାଧକ ହୋଇପାରେ ବର୍ଷା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଫାଇନାଲ୍ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ଏବେ ପ୍ରଶ୍ନ ହେଉଛି ଯଦି ବର୍ଷା ଏହି ମ୍ୟାଚ୍‌କୁ ଧୋଇଦିଏ, ତେବେ IPL ର ବିଜେତା କିଏ ହେବ? ପଞ୍ଜାବ ଏବଂ ବାଙ୍ଗାଲୋର ମଧ୍ୟରେ IPL ଟ୍ରଫି ବାଣ୍ଟି ହୋଇଯିବ କି? କଣ କହୁଛି ଟୁର୍ଣ୍ଣାମେଣ୍ଟର ନିୟମ ? ଏସବୁ ଉପରେ ଖେଳପ୍ରେମୀଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ