Masthead

‘ସର୍ବସାଧାରଣ ସ୍ଥାନ ଦଖଲକୁ ନା’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସର୍ବସାଧାରଣ ସ୍ଥାନ ଏବଂ ରାସ୍ତାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦଖଲ କରାଯାଇପାରିବ ନାହିଁ । ଆନ୍ଦୋଳନକାରୀମାନେ ଏହାକୁ ଦଖଲ କରିପାରିବେ ନାହିଁ । ସାଧାରଣ ଅଞ୍ଚଳରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ହେଲେ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ସର୍ବସାଧାଧାରଣ ରାସ୍ତା ଅବରୋଧ କରି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହେଁ । ରାସ୍ତା ଅବରୋଧ କରିବାର ଅଧିକାରକୁ ସନ୍ତୁଳିତ କରିବାକୁ ପଡିବ । ସଂସଦୀୟ ଗଣତନ୍ତ୍ରରେ ସଂସଦ ତଥା ରାସ୍ତାରେ ବିରୋଧ କରାଯାଇପାରେ,କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଆମେ ପ୍ରଶଂସା କରୁଛୁ । କିନ୍ତୁ ଏହା କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ କରାଯାଇପାରିବ । ଦିଲ୍ଲୀ ସାହିନବ।ଗରେ ନାଗରିକତା ବିଲ ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମାମଲାର ରାୟ ଘୋଷଣାକରି ଆଜି ସୁପ୍ରିମକୋର୍ଟ ଏହା କହିଛନ୍ତି ।

ଜଷ୍ଟିସ୍ ଏସ୍.କେ କୌର,ଅନିରୁଦ୍ଧ ବୋଷ ଓ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ସାହିନବାଗ୍ ମାମଲାର ଶୁଣାଣି ବେଳେ ଏହି ରାୟ ପ୍ରଦାନ କରିଛନ୍ତି । ଗତ ସେପ୍ଟେମ୍ବର-୨୧ର ଏହି ମାମଲାର ଶେଷ ଶୁଣାଣି ପରେ ଖଣ୍ଡପୀଠ ରାୟକୁ ସଂରକ୍ଷିତ ରଖିଥିଲେ । ଅଦାଲତ ପୂର୍ବରୁ କହିଥିଲେ ଏହା ‘ସର୍ବଭାରତୀୟ ନୀତି’ ହୋଇପାରିବ ନାହିଁ । କାରଣ ପରିସ୍ଥିତି ଅନୁଯାୟୀ ମାମଲା ମାମଲା ଭିତରେ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦିଆଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା