Before Header

ସାପ ଚାଲାଣ ବେଳେ ଧରିଲା ବନବିଭାଗ, ୩ ଅଟକ

0 32

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ନାଗ ସାପ ଚାଲାଣରେ ହାତ ଥିବା ୩ ଜଣଙ୍କୁ ଅଟକ । ବାଲିଆପାଳ ପଞ୍ଚୂପାଲି ରେ ଚାଲିଥିଲା ସାପ ବେପାର । ୨୫ ରୁ ଅଧିକ ନାଗ ସାପ ଶହ ଜଣେ ମହିଳା ଓ ୨ ପୁରୁଷ ବେପାରୀ କୁ ଅଟକ ରଖିଛି ବାଲେଶ୍ୱର ବାନଖଣ୍ଡ ବିଭାଗ । ବାଲେଶ୍ବର ବନଖଣ୍ଡ ଦ୍ୱାରା ବାଲିଆପାଳ ପଞ୍ଚୁପାଲୀ ରେ ଚଢ଼ାଉ ବେଳେ ବନବିଭାଗ ହାତରେ ଧରା ପଡ଼ିଲେ ବେପାରୀ । ରାଜ୍ୟ ବାହାରକୁ ନାଗ ସାପ ଚାଲାଣ ବେଳେ ମାଡ଼ିବସିଲା ବାଲେଶ୍ବର ବନବିଭାଗ । ବେପାରୀ ସମେତ ୨୫ ରୁ ଅଧିକ ନାଗ ଉଦ୍ଧାର ।

ବାଲେଶ୍ବର ବାଲିଆପାଳ ପଞ୍ଚୂପାଲି ରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ସାପ ବେପାର । ମାତ୍ର ବାଲିଆପାଳ ବାନ ବିଭାଗ ପାଖରେ ଏହାର କୌଣସି ଖବର ନଥଲା । ବାଲେଶ୍ବର ବନ ବିଭାଗ ବିଶେଷ ସୂତ୍ରରୁ ଖବରଟି ଜାଣିପାରି ଆଜି ସକାଳ ସମୟରେ ଚଢାଉ କରି ଜଣେ ମହିଳା ସମେତ ୩ ଜଣକୁ ଅଟକ ଥିବା ସୂଚନା ମିଳିଛି । ତେବେ ଏହି ସାପ ରାକେଟ ଚେର ଓଡ଼ିଶା ବାହାରକୁ ଲମ୍ବିଥିବାର ଅନୁମାନ କରାଯାଉଛି ।

Leave A Reply

Your email address will not be published.