Masthead

ଆଜି ରାହୁଲ-ୱାର୍ଣ୍ଣର ମୁହାଁମୁହିଁ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ୨୨ତମ ମ୍ୟାଚରେ ମୁହାଁମୁହିଁ ହେବେ ଡେଭିଡ଼୍ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନ ରାଇଜର୍ସ ହାଇଦ୍ରାବାଦ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ କିଙ୍ଗସ ଏକାଦଶ ପଞ୍ଜାବ । ଉଭୟ ଦଳ ଆଜି ସେମାନଙ୍କ ଷଷ୍ଠ ମ୍ୟାଚ ଦୁବାଇରେ ଖେଳିବେ । ହ୍ୟାଟ୍ରିକ୍ ପରାଜୟ ପରେ ପଞ୍ଜାବ ପାଞ୍ଚଟି ମ୍ୟାଚରୁ ଗୋଟିଏ ବିଜୟ ସହ ପଏଣ୍ଟେ ଟେବୁଲର ଅଷ୍ଟମ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ପାଞ୍ଚଟି ମ୍ୟାଚରୁ ଦୁଇଟି ବିଜୟ ସହ ପଏଣ୍ଟେ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଉଭୟ ଦଳ ଆଜିର ମ୍ୟାଚ ଜିତି ପଏଣ୍ଟେ ଟେବୁଲରେ ଉପରକୁ ଉଠିବା ପାଇଁ ଚେଷ୍ଟା କରିବେ । ଉଭୟ ଦଳ ଆଇପିଏଲ ଇତିହାସରେ ୧୪ ଥର ମୁହାଁ ମୁହିଁ ହୋଇଥିବା ବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚ ଜିତିଛି ଏବଂ ପଞ୍ଜାବ ୪ଟି ମ୍ୟାଚ ଜିତିଛି । ଆଜି ଉଭୟ ଦଳରେ କିଛି ପରିବର୍ତନ ଆଶା କରାଯାଉଛି । ପଞ୍ଜାବ ପକ୍ଷରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମ୍ୟକ୍ସୱେଲଙ୍କ ସ୍ଥାନରେ କ୍ରିସ୍ ଗେଲ ଓ ଜିମି ନିଶମଙ୍କ ସ୍ଥାନରେ ମୁଜିବୁର୍ ରେହମନ ଦଳରେ ସ୍ଥାନ ପାଇପାରନ୍ତି । ଅପର ପକ୍ଷରେ ଭୁବନେଶ୍ୱର କୁମାର ଆହତ କାରଣରୁ ତାଙ୍କ ସ୍ଥାନରେ ସନ୍ଦୀପ ଶର୍ମା ଖେଳି ପାରନ୍ତି ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ