Masthead

ଆଜି ଆଇପିଏଲରେ ସାମ୍ନାସାମ୍ନି ହେବେ ରୋହିତ-ସ୍ମିଥ୍

ଆବୁଧାବି, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ୨୦ତମ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ଷ୍ଟିଭ୍ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ । ରୋହିତଙ୍କୁ ଟକ୍କର ଦେବେ ସ୍ମିଥ୍ । ଏହି ମ୍ୟାଚ ଆବୁଧାବିରେ ଖେଳାଯିବ । ରାଜସ୍ଥାନ ରୟାଲ୍ସ ଲଗାତର ଦୁଇ ପରାଜୟ ପରେ ଏହି ମ୍ୟାଚରେ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଉଦ୍ୟମ କରିବ । ପୂର୍ବ ମ୍ୟାଚରେ ପରାଜୟ ପରେ ରାଜସ୍ଥାନ ଅଧିନାୟକ ସ୍ମିଥ୍ ଦଳରେ ପରିବର୍ତ୍ତନ କରିବା ପାଇଁ ସୂଚନା ଦେଇଛନ୍ତି । ଯୁବ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜସୱାଲ ଏବଂ କାର୍ତ୍ତିକ ତ୍ୟାଗୀ ଆଜି ଦଳରେ ସାମିଲ ହୋଇପାରନ୍ତି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ତା’ର ଶେଷ ଦୁଇ ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିଛି । ଆଜିର ମ୍ୟାଚ ଜିତି ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବ । ମୁମ୍ବାଇର ସମସ୍ତ ଖେଳାଳି ଭଲ ଫର୍ମରେ ଥିବାରୁ ଦଳରେ କୌଣସି ପରିବର୍ତ୍ତନ କରିନପାରନ୍ତି ରୋହିତ ଶର୍ମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ