Masthead

କିଏ କେତେ ଅକ୍ସିଜେନ ଯୋଗାଇଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅକ୍ସିଜେନ୍ ଅଭାବରୁ ଡାକ୍ତରଖାନାର ଆସିୟୁରେ ଚିକିତ୍ସିତ ରୋଗୀଙ୍କର ମୃତ୍ୟୁ ହେଉଛି । ଏଭଳି ଛାତିଥରା ଦୃଶ୍ୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରୁ ଆସୁଛି । ଏପରିକି କୋର୍ଟଙ୍କୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡିଛି । ରୋଗୀଙ୍କୁ ଜୀବନରକ୍ଷାକାରୀ ଅକ୍ସିଜେନ୍ ଯୋଗାଇଦେବା ସରକାରଙ୍କ ଦାୟିତ୍ୱ ବୋଲି କହିବା ପରେ ବିଭିନ୍ନ କୋଭିଡ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଣ ଆରମ୍ଭ ହୋଇଛି ।

ରିଲାଏନ୍ସ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଦାମନ-ଡିୟୁ ଓ ସିଲାଭାସ ଡାକ୍ତରଖାନାକୁ ୭୦୦ଟନ୍ ଅକ୍ସିଜେନ୍ ଯୋଗାଇ ଦେଇଛି । ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାକୁ ଜାମନଗର ବିଶୋଧନାଗାରରୁ ୪୦୦ ଟନ୍ ଅକ୍ସିଜେନ୍ ଯୋଗାଣ ହୋଇଛି । ଦୈନିକ ୧୦୦୦ଟନ୍ ଉତ୍ପାଦନ କ୍ଷମତା ଥିବା ଏହି କାରଖାନାର ଅକ୍ସିଜେନ୍ ଉତ୍ପାଦନ ୭୦୦ଟନକୁ ବୃଦ୍ଧି କରାଯାଇଛି । ଜେଏସ୍ଡବ୍ଲ୍ୟୁ ଷ୍ଟିଲ ଦୈନିକ ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ୪୦୦ଟନ୍ ଅକ୍ସିଜେନ୍ ଯୋଗାଉଛି । ଏହି ସଂସ୍ଥା ୯୦୦ରୁ ୧୦୦୦ ଟନ୍ ଅକ୍ସିଜେନ୍ ପ୍ରସ୍ତୁତ କରୁଛି । ଇଣ୍ଡିଆନ୍ ଅଏଲ ୧୫୦ଟନ୍, ଟାଟା ୩୦୦ଟନ୍, ଜିନ୍ଦଲ ୧୦୦ଟନ୍ ଅକ୍ସିଜେନ୍ ଯୋଗାଉଛି ।

ଟାଟାଷ୍ଟିଲ ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଓ ଆନ୍ଧ୍ରପ୍ରଦେଶକୁ ୩୦୦ ଟନ୍ ଅକ୍ସିଜେନ୍ ଯୋଗାଉଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଓଡ଼ିଶାରେ ଥିବା ଏହାର ପ୍ଲାଣ୍ଟରୁ ୫୦୦ଟନ୍ ଲିକୁଇଡ୍ ଅକ୍ସିଜେନ୍ ଉତ୍ପାଦନ କରୁଛି । ସେଥିରୁ ଦୈନିକ ୧୦୦ଟନ୍ ଗ୍ୟାସ୍ ଯୋଗାଉଛି । ବେଦାନ୍ତ ତାଟିକୋରିନରେ ଥିବା ବନ୍ଦ ତମ୍ବା କାରଖାନାକୁ ଦୈନିକ ୧୦୫୦ଟନ୍ ଅକ୍ସିଜେନ୍ ଯୋଗାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ