Before Header

ପୁଅର ଶବ ମୁକୁଳାଇବା ପାଇଁ ଅର୍ଥ ସାଜିଛି ବାଧକ

0 45

ପିପିଲି (ବଡ଼ ଖବର ବ୍ୟୁରୋ): ପୁଅର ଶବ ମୁକୁଳାଇବା ପାଇଁ ଅର୍ଥ ସାଜିଛି ବାଧକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଦାଣ୍ଡ ମୁକୁନ୍ଦପୁର ଗାଁରେ । ଏହି ଗାଁର କାଶୀନାଥ ବେହେରା ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ଗତ କାଲି ମୃତ୍ୟୁ ଘଟିଛି ।

ତେବେ ଏହି ଚିକିତ୍ସା ସମୟରେ ରୋଜଗାରିଆ ପୁଅକୁ ଭଲ କରିବା ଲାଗି ୩ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୁଅକୁ ବଞ୍ଚାଇପାରିନଥିଲେ ପରିବାର ଲୋକେ । ସେପଟେ ବକେୟା ୫୦ ହଜାର ଟଙ୍କା ଦେଇନପାରିବାରୁ ପୁଅର ଶବକୁ ମୁକୁଳାଇ ପାରୁନାହାନ୍ତି ପରିବାର ଲୋକେ ।

 

Leave A Reply

Your email address will not be published.