Masthead

“ଆଇପିଏଲରୁ କୋହଲି-ଡି’ଭିଲିୟର୍ସଙ୍କୁ ବାସନ୍ଦ କରାଯାଉ”

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଗତ ଅକ୍ଟୋବର ୧୪ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁମା ସ୍ପୋଟର୍ସ କମ୍ପାନୀର ଇନଷ୍ଟାଗ୍ରାମ ପେଜରେ ଲାଇଭ୍ ଚାଟ କରିଥିଲେ । ଏହି ଲାଇଭ୍ ସେସନରେ ଇଂଲଣ୍ଡର ଫୁଟବଲ କ୍ଲବ ମାଞ୍ଚେଷ୍ଟର ସିଟିର ମାଲିକ ପେପ୍ ଗର୍ଡିଓଲା, ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ, ମୁଷ୍ଟିଯୋଦ୍ଧା ମେରି କମ୍ ଓ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ କେ.ଲ ରାହୁଲଙ୍କ ସାକ୍ଷାତକାର ନେଇଥିଲେ ବିରାଟ । ରାହୁଲଙ୍କ ସାକ୍ଷାତକାର ନେବା ସମୟରେ କୋହଲି ରାହୁଲଙ୍କୁ ପଚାରିଥିଲେ କି, ଯଦି ତୁମକୁ ଟି-୨୦ କିମ୍ବା ଆଇପିଏଲରେ କୌଣସି ନିୟମ ପରିବର୍ତ୍ତନ କରିବା ପାଇଁ କୁହାଯିବ ତେବେ କଣ ପରିବର୍ତ୍ତନ କରିବ । ଉତ୍ତରରେ କିଙ୍ଗସ୍ ଏକାଦଶ ପଞ୍ଜାବ ଅଧିନାୟକ ରାହୁଲ ମଜାଦାର ଉତ୍ତର ମଧ୍ୟ ଦେଇଥିଲେ । ରାହୁଲ କହିଥିଲେ ଆଇପିଏଲରୁ ବିରାଟ କୋହଲି ଏବଂ ଏ.ବି. ଡିଭିଲିୟର୍ସଙ୍କୁ ଆସନ୍ତା ବର୍ଷ ବାସନ୍ଦ କରିବାକୁ ସେ ଆଇପିଏଲ ଆୟୋଜକଙ୍କୁ ଅନୁରୋଧ କରିବେ । ତୁମେ ଦୁଇ ବ୍ୟାଟ୍ସମ୍ୟାନ ଏକ ନିର୍ଦ୍ଦିଷ୍ଟ ପରିମାଣର ରନ ସଂଗ୍ରହ କରିସାରିଛ, ୫ ହଜାର ରନ ସଂଗ୍ରହ ଯଥେଷ୍ଟ ଏବେ ଅନ୍ୟ ମାନଙ୍କୁ ଏଥିପାଇଁ ବାଟ ଛାଡିବାକୁ କହିଥିଲେ ରାହୁଲ ।

ସେହି ପ୍ରଶ୍ନର ଉତ୍ତରରେ ସେ ଏହା ମଧ୍ୟ କହିଥିଲେ, ଜଣେ ବ୍ୟାଟ୍ସମ୍ୟାନ ଭାବେ ଯଦି କେହି ୧୦୦ ମିଟରରୁ ଅଧିକ ଦୂରତା ପର୍ୟ୍ୟନ୍ତ ଛକା ମାରନ୍ତି, ତା’ହେଲେ ବ୍ୟାଟ୍ସମ୍ୟାନଙ୍କୁ ଅତିରିକ୍ତ ରନ ମିଳିବା ପାଇଁ ସେ ଦାବି କରିବେ । ଏହି ଉତ୍ତର ପରେ କୋହଲି କଟାକ୍ଷ କରି ବୋଲରମାନଙ୍କ ମତାମତ ନେବା ପାଇଁ କହିଥିଲେ । ଅପରପକ୍ଷରେ କୋହଲିଙ୍କୁ ଯଦି କୁହାଯିବ ଗୋଟିଏ ନିୟମ ବଦଳାଇବାକୁ, ସେ ଜଣେ ଅଧିନାୟକ ଭାବେ ୱାଇଡ୍ ଓ ଅଣ୍ଟା ଉଚ୍ଚ ଫଲଟସ୍ ବଲର ରିଭିୟୁ ଅଧିକାର ପାଇବାକୁ ଚାହିଁବେ ବୋଲି ସେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ