Masthead

ଆଶ୍ୱସ୍ତ ସରକାରୀ କର୍ମଚାରୀ, ପଢ଼ନ୍ତୁ କାହିଁକି

ଭବାନୀପାଟଣା(ବଡ଼ ଖବର ବ୍ୟୁରୋ): କଳାହାଣ୍ଡିବାସୀଙ୍କ ଆରାଧ୍ୟ ମା’ ମାଣିକେଶ୍ୱରୀ । ପ୍ରତିବର୍ଷ ମା’ଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରାରେ ଭକ୍ତମାନେ ପଶୁପକ୍ଷୀଙ୍କୁ ବଳି ଦେବାର ପରମ୍ପରା କେଉଁ ଆବାହମାନ କାଳରୁ ଚଳିଆସୁଛି । ମାତ୍ର ଜୀବେ ଦୟା ଓ ପଶୁପକ୍ଷୀଙ୍କ ପ୍ରତି କୃରତା ଆଇନ ବିରୋଧ ହୋଇଥିବାରୁ ଏଥିରେ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ ।

ଛତରଯାତ୍ରାରେ ବଳି ବନ୍ଦ କରିବା ପାଇଁ ୨୦୧୭ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ବଳି ବନ୍ଦ ସପକ୍ଷରେ ରାୟ ଦେଇଥିଲେ ମଧ୍ୟ ଭକ୍ତମାନେ ମାନିନଥିଲେ । ଛତରଯାତ୍ରାରେ ପଶୁବଳି ବନ୍ଦ ନହେଲେ ଅଧିକାରମାନେ ଦାୟୀ ରହିବେ ବୋଲି କହିଥିଲେ ହାଇକୋର୍ଟ । ଏହି ରାୟ ୨୦୨୦ ଜୁନ୍ ୧ତାରିଖରେ ପ୍ରକାଶ ପାଇଥିଲା ।

ହାଇକୋର୍ଟଙ୍କ ରାୟକୁ ଭବାନୀପାଟଣାର ସ୍ୱେଚ୍ଛାସେବୀ ଭବନୀଶଙ୍କର ନିଆଲ ସୁପ୍ରିକୋର୍ଟରେ ଚାଲେଞ୍ଜ କରିଥିଲେ । ଆଜି ଦେଶର ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟ ଉପରେ ଅନ୍ତରିଣ ସ୍ଥଗିତାଦେଶ ଜାରି କରିଛନ୍ତି । ଆସନ୍ତା ୨୪ରେ ପାଳିତ ହେବ ମାଣିକେଶ୍ୱରୀଙ୍କ ଛତରଯାତ୍ରା । ହେବ ପ୍ରବଳ ଜନ ସମାଗମ । ମାତ୍ର କୋଭିଡ୍-୧୯ ଗାଇଡ୍ ଲାଇନ୍ ଅନୁସାରେ ଯାତ୍ରା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ବୋଲି କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା