ଚିରା ଜୋତାରେ ଖେଳିଲେ ସାମି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତକାଲି ଠାରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ । ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିବା ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୬ ୱିକେଟ ବିନମୟରେ ୨୩୩ ରନ ସଂଗ୍ରହ କରିଥିଲେ । ଆଜି ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ମାତ୍ର ୧୧ ରନ କରି ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଆଉଟ ହୋଇଥିଲେ । ଭାରତ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୨୪୪ ରନରେ ଅଲ ଆଉଟ ହୋଇଥିଲା । ଭାରତ ମଧ୍ୟ ବୋଲିଂରେ ଭଲ ଆରମ୍ଭ କରିଥିଲା । ବୁମ୍ରା ଦୁଇ ଓପନରଙ୍କୁ ଶୀଘ୍ର ପ୍ୟାଭିଲିୟନ ପଠାଇ ଦେଇଥିଲେ । ଯେତେବେଳେ ମହମ୍ମଦ ସାମି ବୋଲିଂ କରିବାକୁ ଆସିଥିଲେ କ୍ରିକେଟ ପ୍ରଶଂସକମାନେ ଚକିତ ହୋଇଯାଇଥିଲେ । ସାମି ଚିରା ଜୋତା ପନ୍ଧି ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିଥିଲା ।

ବୋଲିଂ କରିବା ସମୟରେ ଯେତେବେଳେ କ୍ୟାମେରା ସାମିଙ୍କ ଜୋତାରେ ପଡ଼ିଥିଲା ସେତେବେଳେ ତାଙ୍କ ବାମ ପାଦର ଜୋତା ଆଗରୁ ଚିରି ଯାଇଥିବା ଦେଖିବାକୁ ମିଳିଥିଲା । କମେଣ୍ଟ୍ରି କରୁଥିବା ସଚିନ ତେନ୍ଦୁଲକର କହିଥିଲେ କି ମହମ୍ମଦ ସାମି ଜଣେ ଦ୍ରୁତ ବୋଲର । ଯେତେବେଳେ ସେ ଫଲୋ ଅଫ ସମୟରେ ବାମ ଆଙ୍ଗୁଠି ଜୋତାର ଭିତର ସାମ୍ନାକୁ ଆସିଥାଏ । ଏହା ବୋଲିଂରେ ସମସ୍ୟା ସୃଷ୍ଟି କରେ । ଏହାକୁ ଏଡାଇବା ପାଇଁ ସାମି ତାଙ୍କ ଜୋତାରେ ଏକ ଛିଦ୍ର କରିଛନ୍ତି । ଯାହାଦ୍ୱାରା ବାମ ଆଙ୍ଗୁଠି ଜାଗା ପାଇ ପାରିବ । ତେବେ ସେ ଥଟ୍ଟା କରି କହିଛନ୍ତି ଯେ ବ୍ୟାଟିଂ ସମୟରେ ସାମି ଚିରା ଜୋତା ପିନ୍ଧିବେ ନାହିଁ । କାରଣ ଅଷ୍ଟ୍ରେଲୀୟ ପେସର ୟର୍କର ସହ ତାଙ୍କ ଅବସ୍ଥା କଷ୍ଟସାଧ୍ୟ କରିପାରିବେ । ଅନ୍ୟପଟେ ୱାର୍ଣ୍ଣ, ଗିଲିକ୍ରିଷ୍ଟ ଏବଂ ମାର୍କ ୱାହ ସାମିଙ୍କ ବୋଲିଂକୁ ବହୁ ପ୍ରଶଂସା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ