ଜୀବନ୍ତ ଜଳିଗଲେ ୨୦ରୁ ଅଧିକ ଯାତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ହୁତୁ ହୁତୁ ହୋଇ ଜଳିଗଲା । ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଗଲା ବସ୍‌ । ଜୀବନ୍ତ ଜଳିଗଲେ ଯାତ୍ରୀ । ସ୍‌ରେ ନିଆଁ ଲାଗି ଅଘଟଣ । ଏନଏଚ୍ ଉପରେ ହୁତ୍ ହୁତ୍ ହୋଇ ଜଳିଗଲା ବସ୍  । ବସ୍‌ରେ ନିଆଁ ଲାଗି ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯାହା ସୂଚନା ମିଳିଛି, କିନ୍ତୁ କୌଣସି ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏନଏଚରେ ଏହି ଅଘଟଣ ଘଟିଛି ।

ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା  ଚିନ୍ନା ଟେକୁରୁ ଗାଁ ନିକଟରେ ବାଇକ୍ ସହ ଧକ୍କା ହେବାରୁ ବସ୍ ଲାଗିଥିଲା ନିଆଁ । ବସ୍ ଯାଉଥିବା ବେଳେ ହଠାତ୍ ବସଟି ସାମ୍ନାପଟୁ ଆସି ପିଟି ହୋଇଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା । ବସରେ ପ୍ରାୟ ୪୨ ଜଣ ଯାତ୍ରୀ ଯାଉଥିଲେ । ସେମାନଙ୍କ ମଧ୍ୟରେ ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।  ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ବସ୍‌ । ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକ ବୋଲି କୁହାଯାଉଛି । ଦୁର୍ଘଟଣା ଘଟିବା ପରେ କିଛି ଲୋକ ଜୀବନ ବିକଳରେ ଏମରଜେନ୍ସି ଡୋର ଦେଇ ଡେଇଁ ପଡିଥିଲେ ।

ଆହତଙ୍କୁ କୁର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସ୍ଥାନୀୟ ଲୋକ ଓ ପୁଲିସ୍‌ ସହାୟତାରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଘଟଣାକୁ ନେଇ କୁର୍ଣ୍ଣୁଲ ଏସ୍‌ପି କହିଛନ୍ତି, ଦୁର୍ଘଟଣା ଶୁକ୍ରବାର ଭୋର ୩ଟା ୩୦ରେ ହୋଇଥିଲା । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ୧୮ ଯାତ୍ରୀ ସୁରକ୍ଷିତ ଅଛନ୍ତି ।” ଘଟଣାସ୍ଥଳରେ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହି ଦୁର୍ଘଟଣା ପୁଣି ଥରେ ଦୂରଗାମୀ ଘରୋଇ ବସ୍ ଚଳାଚଳର ସୁରକ୍ଷା ମାନଦଣ୍ଡ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଗତ ୧୪ ତାରିଖରେ ରାଜସ୍ଥାନର ଜୈସଲମେରରେ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ତାକୁ ଲୋକେ ଭୁଲି ନଥିବା ବେଳେ ଆଉ ଏକ ବସ୍‌ ଅଗ୍ନିକାଣ୍ଡ ଘଟିଛି । ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ଏକ୍ସରେ ରାଷ୍ଟ୍ରପତି ଲେଖିଛନ୍ତି,”ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯିବା  ଦୁର୍ଭାଗ୍ୟଜନକ । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।” ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି, “କୁର୍ଣ୍ଣୁଲ ଜିଲ୍ଲାର ଚିନ୍ନା ଟେକୁରୁ ଗାଁ ନିକଟରେ ଘଟିଥିବା ଭୟଙ୍କର ବସ୍ ଅଗ୍ନିକାଣ୍ଡ ମୋତେ ମର୍ମାହତ କରିଛି । ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଆହତ ଏବଂ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ