Before Header

ସୀତାପୁର ଗସ୍ତରେ ରାହୁଲ ଗାନ୍ଧୀ

0 21

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ଖେରି ମାମଲା ଥମିବାରେ ନାମ ନେଉନି । କାହାକୁ ବିମାନବନ୍ଦରରୁ ଫେରାଇ ଦିଆଯାଉଛି ତ ଆଉ କାହାକୁ ଗିରଫ କରାଯାଉଛି । ଏହା ମଧ୍ୟରେ ଲକ୍ଷେ୍ନø ବିମାନବନ୍ଦରରେ ଅଟକ ଥିବା ରାହୁଲ ଗାନ୍ଧୀଙ୍କୁ ଛଡ଼ା ଯାଇଥିବାର କଥା ସାମ୍ନାକୁ ଆସିଛି । ଏହା ପରେ ରାହୁଲ ପ୍ରଥମେ ସୀତାପୁର ଗସ୍ତ କରିଛନ୍ତି । କାହିଁକିନା ସେଠାରେ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖାଯାଇଛି । ତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ମଧ୍ୟ ଥିବାର ସୂଚନା ମିଳିଛି । ଏହା ପରେ ସେମାନେ ଲଖିମପୁର ଖେରୀ ଅଭିମୁଖେ ଯିବେ । ସେପଟେ ରାଜ୍ୟ ସରକାର ଅନୁମତି ଦେବା ପରେ ହିଁ ବିମାନବନ୍ଦରରେ ଅଟକ ଥିବା ରାହୁଲ ଗାନ୍ଧୀଙ୍କୁ ଛଡ଼ାଯାଇଛି ।

କେବଳ ରାହୁଲ ନୁହଁନ୍ତି ବରଂ ତାଙ୍କ ସହ ପ୍ରିୟଙ୍କା ଓ ଅନ୍ୟ ୩ କଂଗ୍ରେସ ନେତାଙ୍କୁ ଲଖିମପୁର ଯିବାକୁ ଉତ୍ତରପ୍ରଦେଶ ସରକାର ଅନୁମତି ଦେଇଛନ୍ତି । ଅନ୍ୟପଟେ ଲଖିମପୁର ଖେରୀରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ବିରୋଧୀ ଦଳର ନେତାମାନେ ଲଗାତର ଖେରୀରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବାକୁ ଅନୁମତି ଦେଇନଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ବିରୋଧରେ କାହିିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଭାରତରେ ଗଣତନ୍ତ୍ର ଥିଲା କିନ୍ତୁ ବର୍ତ୍ତମାନ ଏଠାରେ ଏକଛଦ୍ରବାଦୀ ଶାସନ ଚାଲୁଛି । କାହିଁକି କେବଳ କଂଗ୍ରେସ ନେତାମାନେ ହିଁ ଉତ୍ତରପ୍ରଦେଶ ଯାଇ ପାରିବେ ନାହିଁ ବୋଲି ରାହୁଲ ସିଧାସଳଖ ଶାସକ ଦଳକୁ ପ୍ରଶ୍ନ କରିଛନ୍ତି । ସେପଟେ ରାହୁଲଙ୍କୁ କାଉଣ୍ଟର କରି ମଇଦାନକୁ ଓହ୍ଲାଇଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର । ରାହୁଲ ଗାନ୍ଧୀଙ୍କ ଠାରୁ ଯାହା ଆଶା କରାଯାଉଥିଲା, ସେ ତାହା ହିଁ କରିଛନ୍ତି । ସବୁବେଳେ ଦେଶର ସମ୍ବେଦନଶୀଳ ଘଟଣା ଉପରେ ରାଜନୀତି କରନ୍ତି ରାହୁଲ ଗାନ୍ଧୀ । କୃଷକଙ୍କ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ତଥାପି କେବଳ ନିଜ ରାଜନୀତିକୁ ଉଜ୍ୱଳ କରିବାରେ ଲାଗିପଡ଼ିଛନ୍ତି ବୋଲି ସମ୍ବିତ ପାତ୍ର ସ୍ପଷ୍ଟ କରିଛନ୍ତି । ଘଟଣାର ୭୨ ଘଣ୍ଟା ପୁରିବା ସତ୍ତେ୍ୱ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସଫଳ ହୋଇଛନ୍ତି ୟୁପି ସରକାର । ଏହା ମଧ୍ୟରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବାର କଥା ସାମ୍ନାକୁ ଆସିଛି ।

ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ମାତ୍ର ୮ ଦିନର ସମୟ ଦେଇଛନ୍ତି କୃଷକ ନେତା । ଏହା ସହ ମନ୍ତ୍ରୀଙ୍କ ପୁଅକୁ ଗିରଫ କରିବାର ଦାବି କରିଛନ୍ତି କୃଷକ ନେତା ରାକେଶ ଟୀକାୟତ ।ଘଟଣାକୁ ୭୨ ଘଣ୍ଟା ବିତିସାରିଲାଣି । ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିବାରେ ବିଫଳ ହୋଇଛି ପ୍ରଶାସନ । ସେପଟେ ନିଜର ସମସ୍ତ ଜୋର ଦେଇ ଏହାକୁ ଏକ ବଡ଼ ରାଜନୈତିକ ମୁଦ୍ଦା କରିବା ଳକ୍ଷରେ ରହିଛି ବିରୋଧୀ ଦଳ । ଉଭୟଙ୍କ ରାଜନୈତିକ ଖେଳରେ କୃଷକଙ୍କୁ ନ୍ୟାୟ କେବେ ମିଳୁଛି ତାହା ଦେଖିବାର ବିଷୟ ।

Leave A Reply

Your email address will not be published.