Masthead

ବ୍ରିଟିଶ ବର୍ବରତାର ମୁକସାକ୍ଷୀ ରକ୍ତତୀର୍ଥ ଇରମ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ଇରମ । ରକ୍ତତୀର୍ଥ ଇରମ । ଓଡ଼ିଶା କାହିଁକି ସମଗ୍ର ରାଜ୍ୟରେ ଭଦ୍ରକ ଜିଲ୍ଲାର ଇରମ ଇଂରେଜଙ୍କ ବର୍ବରତାର ମୁକସାକ୍ଷୀ । ଠିକ ୭୯ବର୍ଷ ତଳେ ଆଜିର ଦିନରେ ପୂର୍ଣ୍ଣ ସ୍ୱାଧୀନତା ଦାବିରେ ଏଠାରୁ ହିଁ ଶୁଭିଥିଲା ବଜ୍ର ନିନାଦ । ବ୍ରିଟିଶର ନାଲି ଆଖି ଆଗରେ ହାରି ନଥିଲେ ସଂଗ୍ରାମୀ । ୧୯୪୨ ସେପ୍ଟେମ୍ବର ୨୮ ତାରିଖ । ଗାନ୍ଧୀଙ୍କ ଅହିଂସା ମନ୍ତ୍ରରେ ଉଦବୁଦ୍ଧ ହୋଇ ଇରମର ମେଳନ ପଡିଆରେ ଏକଜୁଟ ହୋଇଥିଲେ ଶହ ଶହ ସଂଗ୍ରାମୀ । ବ୍ରିଟିଶ ବିରୋଧୀ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା ଇରମ ।

ବିପ୍ଳବର ଲେଲିହାଲ ଶିଖା ହୁତୁ ହୁତୁ ହୋଇ ଜଳିଥିଲା । ଜୀବନ ଥିବା ପର୍ଯ୍ୟନ୍ତ ବ୍ରିଟିଶ ବିରୋଧରେ ଲଢେଇ ଜାରି ରହିବ ବୋଲି ନିରସ୍ତ୍ର ସଂଗ୍ରାମୀ ଶପଥ ନେଇଥିଲେ । ସହି ପାରିନଥିଲା ବ୍ରିଟିଶ ସେନା । କରିଥିଲା ଆଖିବୁଜା ଗୁଳି । ଭାରତମାତା କି ଜୟ ଧ୍ୱନି ଦେଇ ଟଳିପଡ଼ିଥିଲେ ୨୯ଜଣ ସଂଗ୍ରାମୀ । ଆହତ ହୋଇଥିଲେ ୫୬ଜଣ। ଏମାନଙ୍କ ମଧ୍ୟରେ ଥିଲେ ଜଣେ ମହିଳା ।

ସଂଗ୍ରାମୀଙ୍କ ରକ୍ତରେ ଇରମ ମାଟି ଲାଲ ହୋଇଯାଇଥିଲା । ସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ସେଦିନ ବଳିଦାନ ବ୍ୟର୍ଥ ଯାଇନି । ଦେଶ ସ୍ୱାଧୀନ ହେଲା । ଆଉ ଚିରଦିନ ପାଇଁ ଅମର ହୋଇଯାଇଛନ୍ତି ଏହି ସ୍ୱାଧୀନତା ସଂଗ୍ରାମୀମାନେ । ସେମାନଙ୍କ ବଳିଦାନ ଆଗାମୀ ପିଢିକୁ ଦେଶପ୍ରେମର ମନ୍ତ୍ର ବାଣ୍ଟି ଚାଲିଛି । ପ୍ରତିବର୍ଷ ଆଜିର ଦିନରେ ରକ୍ତତୀର୍ଥ ଇରମରେ ପାଳିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା