Masthead

ଅଯୋଧ୍ୟା ଷ୍ଟେସନର ନାଁ ବଦଳି ସାରିଥିବା ବେଳେ ଏବେ ବଦଳିଛି ଏୟାରପୋର୍ଟ ନାଁ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଭବ୍ୟ ରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି ତାଙ୍କ ରାମ ନାମ । ରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଯୋଧ୍ୟା ଷ୍ଟେସନର ନାମ ବଦଳି ସାରିଥିବା ବେଳେ ଏବେ ଏୟାରପୋର୍ଟ ନାମ ବି ବଦଳି ଯାଇଛି। ଅଯୋଧ୍ୟାରେ ନୂତନ ବିମାନବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (ଡିସେମ୍ବର ୩୦)ରେଅଯୋଧ୍ୟା ଗସ୍ତ କରିବେ।

ଏହି ସମୟରେ ବିମାନବନ୍ଦରର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଅଯୋଧ୍ୟାର ଅତ୍ୟାଧୁନିକ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ୧,୪୫୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହୋଇଛି। ବିମାନବନ୍ଦର ଟର୍ମିନାଲ ବିଲ୍ଡିଂର କ୍ଷେତ୍ର ୬୫୦୦ ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ପ୍ରସ୍ତୁତ ରହିବ। ଏହି ଏୟାରପୋର୍ଟ ଅହମ୍ମଦାବାଦ ଓ ଅଯୋଧ୍ୟା ମଧ୍ୟରେ ଉଡ଼ାଣ ଭରିବ । ସପ୍ତାହକୁ ୩ ଥର ଏହି ଏୟାରପୋର୍ଟରୁ ବିମାନ ଉଡ଼ିବ ବୋଲି ଜଣାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଅଯୋଧ୍ୟାରୁ ଦିଲ୍ଲୀ ଓ ଅହମ୍ମଦାବାଦକୁ ଉଡ଼ାଣ ଆରମ୍ଭ ହେବ । ଆସନ୍ତା ୬ ତାରିଖରେ ପ୍ରଥମ ଫ୍ଲାଇଟ୍‌ ସକାଳ ୧୧ଟା୫୫ ମିନିଟ୍‌ରେ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବ। ଏହା ଅପରାହ୍ନ ୧ଟା ୧୫ ମିନିଟ୍‌ରେ ଅଯୋଧ୍ୟାରେ ପହଞ୍ଚିବ । ଏହାପରେ ଅପରାହ୍ନ ୧ଟା ୪୫ ମିନିଟ୍‌ରେ ଉକ୍ତ ଫ୍ଲାଇଟ୍‌ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୩ଟାରେ ପହଞ୍ଚିଯିବ । ଇଣ୍ଡିଗୋର ଗ୍ଲୋବାଲ ସେଲ୍ସ ହେଡ ବିନୟ ମଲହୋତ୍ରାଙ୍କ ମୁତାବିକ, ଆସନ୍ତା ୧୦ ତାରିଖରୁ ଦିଲ୍ଲୀରୁ ଅଯୋଧ୍ୟା ଓ ଅଯୋଧ୍ୟାରୁ ଦିଲ୍ଲୀକୁ ପ୍ରତିଦିନ ବିମାନ ସେବା ଆରମ୍ଭ ହେବ ।

ଅଯୋଧ୍ୟାରୁ ଅହମ୍ମଦାବାଦ ଓ ଅହମ୍ମଦାବାଦରୁ ଅଯୋଧ୍ୟାକୁ ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ସେବା ମିଳିବ ।୧୧ ତାରିଖରୁ ସକାଳ ୯ଟାରୁ ଫ୍ଲାଇଟ ଅହମ୍ମଦାବାଦ ଛାଡ଼ି ପୂର୍ବାହ୍ନ ୧୧ଟାରେ ଅଯୋଧ୍ୟାରେ ପହଞ୍ଚିବ । ଏହାପରେ ରାତି ୧୧ଟା୩୦ରେ ଅଯୋଧ୍ୟା ଛାଡ଼ି ରାତି ୧ଟା ୪୦ରେ ଅହମ୍ମଦାବାଦରେ ପହଞ୍ଚିବ । ବିମାନ ସେବା ଆରମ୍ଭ ହେଲେ ଦିଲ୍ଲୀରୁ ଅଯୋଧ୍ୟାର ଦୂରତା ମାତ୍ର ୧ ଘଣ୍ଟା ୨୦ ମିନିଟ୍‌ରେ ଅତିକ୍ରମ କରି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼