Masthead

ମଦ ବ୍ୟବସାୟୀଙ୍କ ଠାରୁ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ଘଟଣା, ବିଜେପି ନେତା ଇରାଶିଷ ଆଚାର୍ଯ୍ୟଙ୍କ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ବଲାଙ୍ଗୀରରେ ମଦ ବ୍ୟବସାୟୀଙ୍କ ଠାରୁ ନଗଦ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ଘଟଣାରେ ବିଜେପି ନେତା ଇରାଶିଷ ଆଚାର୍ୟ୍ୟଙ୍କ ସାଙ୍ଘାତିକ ଅଭିଯୋଗ। ଇରାଶିଷ ଆଚାର୍ୟ୍ୟ କହିଛନ୍ତି ‘ଓଡ଼ିଶାରେ ମାତିଛନ୍ତି ବିହାରୀ , ଝାଡ଼ଖଣ୍ଡ ମଦ ମାଫିଆ’ । ମଦ ମାଫିଆଙ୍କ ସହାୟତାରେ ଓଡ଼ିଶାରେ ବଢୁଛି ଅବକାରୀ ରାଜସ୍ୱ । ବିଗତ ୧୦ ବର୍ଷରେ ଓଡ଼ିଶାରେ ମଦ ରାଜସ୍ୱ ୩୭୦ ପ୍ରତିଶତ ବଢିଥିବା ସେ କହିଛନ୍ତି । ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଏଠି ନୂଆ ଓଡ଼ିଶା ନୁହେଁ ମଦର ସାରଥୀ ସାଜିଛନ୍ତି ନବୀନ । ବିନା ସରକାର ଏବଂ ପୋଲିସ ସୁରକ୍ଷା ଓ ସାହାଯ୍ୟରେ ଏତେ ବଡ଼ କାରବାର ସମ୍ଭବ ନୁହେଁ, କି ଓଡ଼ିଶାରେ ବାହାର ରାଜ୍ୟର ମଦ ମାଫିଆ ମାତିବା ସମ୍ଭବ ନୁହେଁ । ବାହାର ରାଜ୍ୟ ମଦ ମାଫିଆ କାରବାର ସହ ନିର୍ବାଚନ ଫଣ୍ଡିଂ, ରାଜସ୍ୱ ବୃଦ୍ଧି ସହ ଲିଙ୍କ ଥିବା ସେ କହିଛନ୍ତି ।ଯାହା ଅଧିକ ତଦନ୍ତ ହେଲେ ଜଣା ପଡ଼ିବ। ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ