Masthead

ନାଟମଣ୍ଡପ ମରାମତି ବିଳମ୍ବ, ଧାରଣାରେ ପିଟିସନର

ପୁରୀ(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ନାଟମଣ୍ଡପ ମରାମତି କାମ । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ କରିଛନ୍ତି ପିଟିସନର ଅଭିଷେକ ଦାସ । ଅଭିଯୋଗ କରିବା ସହ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିଥିଲେ ଅଭିଷେକ । ସେ କହିଛନ୍ତି ନାଟମଣ୍ଡପ ମରାମତି ନେଇ ହାଇକୋର୍ଟରେ ୨୦୧୬ରୁ ପିଟିସନ ଦାଖଲ କରିଛନ୍ତି। ଦୀର୍ଘ ୭ବର୍ଷ ହେଲା ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ବିଭିନ୍ନ ଆଳ ଦେଖାଇ ମରାମତି କାର୍ଯ୍ୟକୁ ବିଳମ୍ବ କରିଚାଲିଛନ୍ତି। କେତେବେଳେ କହୁଛନ୍ତି ମାଡ୍ରାସ ଆଇଆଇଟି ପ୍ଲାନ ଦେବ ତ ଆଉ କେତେବେଳେ ଦର୍ଶନ ସମସ୍ୟା ଆଳ ଦେଖାଉଛି। ଗତକାଲି ଠାରୁ ମରାମତି କାମ ଆରମ୍ଭ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ କାମ ଆରମ୍ଭ ହୋଇନଥିଲା । ଯେଉଁଥିପାଇଁ ସିଂହଦ୍ଵାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ବିରୁଦ୍ଧରେ ଏତଲା ଦେବା ସହ ଧାରଣାରେ ବସିଥିଲେ ଅଭିଷେକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ