Masthead

ଆରଏସଏସକୁ ତାଲିବାନ ସହ ତୁଳନା କଲେ ଦିଗବିଜୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣିଥରେ ନିଜର ବୟାନକୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଛନ୍ତି । କର୍ମଜୀବୀ ମହିଳାଙ୍କୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ବୟାନ ପରେ କଂଗ୍ରେସ ନେତା ଦିଗବିଜୟ ତାଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଭାଗବତ ନିକଟରେ କହିଥିଲେ ପୁରୁଷଙ୍କ କାମ ହେଲା ରୋଜଗାର କରିବା ଓ ମହିଳା ଗୃହିଣୀ ହୋଇ ରହିବା ଭଲ ।

ଏବେ ତାଲିବାନ ତା’ର ଶାସନକୁ ନେଇ କହିଛି ମହିଳା କେବଳ ପିଲା ଜନ୍ମ କରିବା ଉଚିତ । ଅପରପକ୍ଷରେ ଏ କଥା ସମ୍ନାକୁ ଆସିବା ପରେ କଂଗ୍ରେସ ନେତା ଆରଏସଏସକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ କର୍ମଜୀବି ମହିଳାଙ୍କୁ ନେଇ ଆରଏସଏସ ଓ ତାଲିବାନର ବିଚାରାଧାରା ସମାନ ନୁହେଁ କି ।

ଦ୍ୱିତୀୟଥର ଲାଗି ଦିଗବିଜୟ ଆରଏସଏସକୁ ଆତଙ୍କବାଦୀ ସଂଙ୍ଗଠନ ସହ ତୁଳନା କରିଛନ୍ତି । ଅନ୍ୟପଟେ ସଙ୍ଗୀତଜ୍ଞ ଜାଭେଦ ଅଖତର ମଧ୍ୟ ଆରଏଏସକୁ ନେଇ ବଡ଼ ବୟାନ ଦେଇଥିଲେ । ଏହା ପରେ ଆରଏସଏସ କର୍ମୀମାନେ ତାଙ୍କ ମୁମ୍ବାଇସ୍ଥିତ ବାସଭବନ ସମ୍ମୁଖରେ ପ୍ରତିବାଦ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ