Masthead

ଇସ୍ରାଏଲ ହମାସ ଯୁଦ୍ଧ, ଗଲାଣି ୩୧ ସମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବେଳକୁ ବେଳ ରକ୍ତମୁଖା ସାଜୁଛି ଇସ୍ରାଏଲ । ଗାଜାରେ ଜୋରଦାର ଅପରେସନ । ହମାସର ୬ଶହରୁ ଅଧିକ ସ୍ଥଳୀ ଉପରେ ହମଲା କରିଛଇ ଇସ୍ରାଏଲ। ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୯,୦୦୦ଲୋକଙ୍କର ମୃତ୍ୟୁ ହେଲାଣି । ଏହି ଯୁଦ୍ଧରେ ବହୁ ସଂଖ୍ୟକ ଖବରଦାତା ମଧ୍ୟ ନିହତ ହୋଇଛନ୍ତି। ଅକ୍ଟୋବର ୭ ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୩୧ ଜଣ ଖବରଦାତାଙ୍କର ମୃତ୍ୟୁ ଘଟିଛି। ଖବରଦାତାମାନଙ୍କୁ ସୁରକ୍ଷା ଦେବା କମିଟି (ସିପିଜେ) ଏହି ପରିସଂଖ୍ୟାନ ପ୍ରକାଶ କରିଛି।

ନିହତ ଖବରଦାତାମାନଙ୍କ ମଧ୍ୟରେ ୨୬ ପାଲେଷ୍ଟାଇନର, ୪ ଇସ୍ରାଏଲର ଏବଂ ଜଣେ ଲିବାନନର ଅଛନ୍ତି। ଏହା ବ୍ୟତୀତ ଏହି ଯୁଦ୍ଧରେ ୮ ଜଣ ଖବରଦାତା ଆହତ ହୋଇଛନ୍ତି। ଖବର ଅନୁଯାୟୀ, ୯ ଜଣ ଖବରଦାତା ନିଖୋଜ କିମ୍ବା ଅଟକ ଅଛନ୍ତି। ଏଥିସହ ଖବରଦାତାମାନଙ୍କୁ ଗିରଫ କରାଯାଇ ଭୟଭୀତ କରାଯାଉଛି। ନିହତ ହୋଇଥିବା ୩୧ ଖବରଦାତାଙ୍କ ମଧ୍ୟରୁ ୨୬ ଜଣଙ୍କର ଗାଜାରେ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଇସ୍ରାଏଲ ଉପରେ ହମାସ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼