Before Header

ବିରୋଧୀଙ୍କ ଫୋନକୁ ଯାଉଛି ମେସେଜ, ନିର୍ବାଚନ ପାଇଁ ଚାଲିଛି କି ଗେମ ପ୍ଲାନ?

0 606

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପଲର ସତର୍କ ସୂଚନା । ଫୋନ ହ୍ୟାକ କରୁଛନ୍ତି କି ସରକାର ? ବୀରୋଧୀଙ୍କ ଉପରେ ରହିଛି କି ସରକାରଙ୍କ ଆଖି? ନିର୍ବାଚନକୁ ନେଇ କିଛି ଗେମ କରୁଛନ୍ତି କି ସରକାର? ଏବେ ନେତାଙ୍କ ଫୋନକୁ ଆସିଲା ଆଇ-ଫୋନର ଆଲର୍ଟ ମ୍ୟାସେଜ । କେସ୍ ଫର କ୍ୱେରି ପାଇଁ ଗତ କିଛି ଦିନ ହେଲା ବିବାଦରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଠାରୁ ଆରମ୍ଭ କରି, ଶିବସେନା ୟୁବିଟି ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ, କଂଗ୍ରେସ ନେତା ପବନ ଖେରା, ଶଶି ଥରୁର ଓ ଆପ୍ ସାଂସଦ ରାଘବ ଚଢ଼ାଙ୍କ ପାଖକୁ ଆସିଛି ଏପରି ମ୍ୟାସେଜ ।

ଏହି ମ୍ୟାସେଜରେ ଲେଖାଅଛି, ଷ୍ଟେଟ ସ୍ପନସର୍ଡ ଆଟାକର୍ସ ମେ ବି ଟାଗେର୍ଟିଂ ୟୋର ଆଇ-ଫୋନ୍ ଅର୍ଥାତ ସରକାର ପ୍ରୟୋଜିତ ଆକ୍ରମଣକାରୀ ଆପଣଙ୍କ ଫୋନକୁ ଆକ୍ରମଣ କରିପାରନ୍ତି । ଏମିତି ମ୍ୟାସେଜ୍ ପରେ ଜୋର ଧରିଛି ରାଜନୀତି । ଫୋନ ହ୍ୟାକିଂ ସତର୍କ ସୂଚନା ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ତୁମ୍ବି ତୋଫାନ ଆରମ୍ଭ ହୋଇଛି । ଯାହାକୁ ନେଇ ରାଜନେତାମାନେ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ସାମ୍ବାଦିକ ସମ୍ମଳନୀରେ ରାହୁଲ ଗାନ୍ଧି କହିଛନ୍ତି ବିଜେପି ନେତୃତ୍ୱ ସରକାର ବିରୋଧୀ ରାଜନେତାଙ୍କ ଉପରେ ସାଇବର ଆକ୍ରମଣ କରିଛନ୍ତି ।

ବିରୋଧୀଙ୍କ ଫୋନକୁ ହ୍ୟାକିଂ କରିବା ଲାଗି ଉଦ୍ୟମ କରାଯାଉଛି । ସେପଟେ ବିଭାଗୀୟ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୧୫୦ ଦେଶକୁ ଏପରି ଆଲର୍ଟ ମ୍ୟାସେଜ ପଠାଇଛି ଆପଲ୍ । ତେବେ ବିରୋଧୀ ନେତା କରିଥିବା ଏପରି ଅଭିଯୋଗର ଯାଂଚ କରିବେ ସରକାର ।ସେପଟେ ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଆପଲ୍ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ସରକାର ପ୍ରାୟୋଜିତ ସାମ୍ଭାବ୍ୟ ହ୍ୟାକ୍ କରିବାର ଉଦ୍ୟମର ଏମିତି କୌଣସି ଆଲର୍ଟ କେବେ ଦିଏନାହିଁ । ଆପଲ୍ ପକ୍ଷରୁ ଦିଆଯାଇଥିବା ଏମିତି କିଛି ଆଲର୍ଟ ଭୁଲ୍ ମଧ୍ୟ ହୋଇଥାଇପାରେ ।

ଏବଂ କିଛି ସ୍ଥାନରେ ଏମିତି ହ୍ୟାକ୍ କିଏ କରୁଛି ତାହା ଜାଣିବା ବି କଷ୍ଟକର । ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ରାହୁଲ ଗାନ୍ଧୀ ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ହାସ୍ୟସ୍ପଦ । ଏହାକୁ ନେଇ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.