Masthead

ଯେତେ ମାମଲା ରୁଜୁ କର ମୋ ଭୟ ନାହିଁ: ରାହୁଲ ଗାନ୍ଧୀ

ଆସାମ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବାହାରିଥିବା ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆସାମର ଗୁଆହାଟୀରେ ପୋଲିସ ସହ କଂଗ୍ରେସ ସମର୍ଥକଙ୍କ ସଂଘର୍ଷ ପରେ ରାହୁଲ ଗାନ୍ଧୀ, କେସି ଭେନୁଗୋପାଲ ଏବଂ କହ୍ନେୟା କୁମାରଙ୍କ ବିରୋଧରେ ମାମଲା ଦାଖଲ ହୋଇଛି। ସେମାନଙ୍କ ବିରୋଧରେ ପୋଲିସ ସହିତ ହିଂସା, ଉତ୍ତେଜନା ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଲୋକ ସଭା ନିର୍ବାଚନ ପରେ ଗିରଫ କରାଯିବ ବୋଲି ବୁଧବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

ଶିବସାଗର ଜିଲାର ନଜିରାରେ ହିମନ୍ତ କହିଛନ୍ତି, ରାହୁଲଙ୍କ ବିରୋଧରେ ଆମେ ଏଫ୍‌ଆଇଆର୍‌ କରିଛୁ। ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ରାହୁଲଙ୍କୁ ଏବେ ଗିରଫ କଲେ, ସେମାନେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବେ। କିଛି ମାସ ଭିତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶେଷ ହେବା ପରେ ଆମେ ତାଙ୍କୁ ଗିରଫ କରିବୁ।

ଆସାମ ପୋଲିସ ମହାନିର୍ଦ୍ଦେଶକ ଜି.ପି. ସିଂ କହିଛନ୍ତି, ରାହୁଲଙ୍କ ମାମଲା ସିଆଇଡିକୁ ସ୍ଥାନାନ୍ତର କରାଯାଇଛି। ଏନେଇ ରାହୁଲ କହିଛନ୍ତି, ହିମନ୍ତ ମୋ ବିରୋଧରେ ମାମଲା ରୁଜୁ କରିବା ବୁଦ୍ଧି କେଉଁଠୁ ପାଇଲେ, ତାହା ମୋତେ ଜଣାନାହିଁ। ବିଜେପି ଶାସିତ ଆସାମ ସରକାର ମୋ ବିରୋଧରେ ଯେତେ ଅଧିକ ସମ୍ଭବ ମାମଲା ରୁଜୁ କରନ୍ତୁ। ୨୫ ଏଫ୍‌ଆଇଆର୍‌ କଲେ ବି ଭୟଭୀତ ହେବାର ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’