Masthead

ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ(ବଡ଼ ଖବର ବ୍ୟୁରୋ): ଜୁଲାଇ ୧୨ ତାରିଖରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏନେଇ ଆଜି ଜାରି କରାଯାଇଛି ଏସଓପି । ତେବେ ଏଥିରେ ଘର ଛାତ ଉପରୁ ରଥଯାତ୍ରା ଦେଖିବା ମନାକରାଯାଇଛି । ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଘର ଛାତରୁ ରଥଯାତ୍ରା ଦେଖିବାକୁ ମଧ୍ୟ ମନା । ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ । ରଥଯାତ୍ରା ବେଳେ ଶ୍ରଦ୍ଧାଳୁ ଘର ଭିତରେ ରହିବେ । ତେବେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା ।

ତେଣୁ ଅଣସରଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଂଟ ଉପରେ ମୋହର ବାଜିବ । ସେପଟେ ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ସାମିଲ ହେବେ ସମସ୍ତ ନିଯୋଗ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ବୈଠକରେ ପୂର୍ବରୁ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ମୋହର ବାଜିବା ସମ୍ଭାବନା ରହିଛି ।

ସମସ୍ତ ନିଯୋଗର ସେବାୟତମାନେ କିଭଳି ପରସ୍ପର ସହ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳାର ସହ ସମ୍ପାଦନ କରିବେ, ସେନେଇ ବୈଠକରେ ଆଲୋଚନା କରାଯିବ । ସେବାୟତ, ପୋଲିସ ଓ ପ୍ରଶାସନ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରି ଯେଉଁମାନଙ୍କର ରପୋର୍ଟ ନେଗେଟିଭ ଆସିବ ଏବଂ ଟିକାର ଦୁଇଟି ଡୋଜ୍ ନେଇଥିଲେ ଯାତ୍ରାରେ ସାମିଲ ହେବା ପାଇଁ ସୁଯୋଗ ଦିଆଯିବ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା