Masthead

ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା

ପୁରୀ(ବଡ଼ ଖବର ବ୍ୟୁରୋ): ଆଜିଠୁ ପୁଣି ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା । ଲୀଳାଖେଳା ସାରି ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ । ନୀଳକନ୍ଦରରେ ବିଜେ କରିଛନ୍ତି ନୀଳାଦ୍ରିନାଥ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ଆରମ୍ଭ । ପ୍ରଥମ ନୀଳାଚଳ ଅବଢ଼ା ପାଇବା ପାଇଁ ବ୍ୟାକୁଳ ହେଲେଣି ଭକ୍ତ । ୧୨ ଦିନ ମାନବୀୟ ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ । କୋଟି କୋଟି ଭକ୍ତଙ୍କ ମଉଡ଼ ମଣି କାଳିଆ ଠାକୁର ବଡ଼ ଭାଇ ବଳଭଦ୍ରଙ୍କ ସହ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ଭକ୍ତଙ୍କ ଦୁଃଖର ବିନାଶ କରି, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇ ଫେରିଛନ୍ତି । ପଣ୍ଡା ପଡ଼ିହାରୀ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ମନ୍ଦିର ଭିତରକୁ ନେଇଛନ୍ତି । ଏଥିସହ ରଥଯାତ୍ରାର ଅନ୍ତିମ ପର୍ବ ସମାପନ ହୋଇଛି। ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରୀନାଥ। ରତ୍ନସିଂହାସନରେ ବିରାଜିତ ହୋଇଛନ୍ତି କାଳିଆ ସାଆନ୍ତେ। ନିର୍ଦ୍ଧାରିତ ନୀତିଠୁ ବିଳମ୍ବରେ ରାତି ପ୍ରାୟ ୮ଟା ୧୫ରେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା।

ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରୁ ଓହ୍ଲାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ମହାପ୍ରଭୁ ଟାହିଆ ପରିଧାନ କରି ନନ୍ଦିଘୋଷ ରଥ ଉପରେ ଥିବାବେଳେ ମା ମହଲକ୍ଷ୍ମୀଙ୍କୁ ଚାହାଣୀ ମଣ୍ଡପକୁ ଆସିଥିଲେ। ସିଂହଦ୍ୱାର ବନ୍ଦ ରହିଥିଲା। ଲକ୍ଷ୍ମୀ ନାରାୟଣ ଭେଟ ପରେ ପ୍ରଭୁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ସେବାୟତଙ୍କ ସମନ୍ୱୟ, ପୁରୀ ସହରବାସୀଙ୍କ ସହଯୋଗ ଓ ସରକାରୀ ଅଧିକାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସୁରୁଖୁରୁରେ ସରିଛି ଘୋଷଯାତ୍ରା ୨୦୨୫। ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରୁ ଓହ୍ଲାଇବା ପୂର୍ବରୁ ଅଭିମାନିନୀ ମହାଲକ୍ଷ୍ମୀ ପ୍ରଥମେ ଶ୍ରୀମନ୍ଦିର ଚାହାଣୀ ମଣ୍ଡପରୁ ତାଙ୍କ ସ୍ୱାମୀ ମହାପ୍ରଭୁ ଆସୁଥିଵା ଦେଖି ସେଠାରୁ ଫେରିଆସି ସିଂହଦ୍ୱାର ବନ୍ଦ କରିଥିଲେ। ମହାପ୍ରଭୁ ତାଙ୍କୁ ଛାଡି ଭାଇ ଓ ଭଉଣୀକୁ ଧରି ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ ମହାଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ଶ୍ରୀମନ୍ଦିରରେ ଏକୁଟିଆ ରହିଥିଲେ। ତେଣୁ ସିଂହଦ୍ୱାର ଠାରେ ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କ ବଚନିକା ହେବା ପରେ ଦ୍ୱାର ଫିଟାଇ ଦେଇ ମହାପ୍ରଭୁ ରତ୍ନ ସିଂହାସନକୁ ଯିବା ପୂର୍ବରୁ ପୁଣି ମହାଲକ୍ଷ୍ମୀ ଜୟବିଜୟ ଦ୍ୱାରକୁ ବନ୍ଦ କରିଥିଲେ। ସେଠାରେ ପୁନର୍ବାର ବଚନିକା ହୋଇଥିଲା।

ମହାପ୍ରଭୁଙ୍କ ପକ୍ଷରୁ ଭିତରଛ ମହାପାତ୍ର ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ପତିମହାପାତ୍ର ସେବାୟତ ଏହି ବଚନିକାରେ ଅଂଶଗ୍ରହଣ କରିଥିଲେ। ସେଠାରେ ମହାପ୍ରଭୁ ନିଜ ଧର୍ମପତ୍ନୀଙ୍କୁ ବହୁ ବୁଝାସୁଝା କରିବା ପରେ ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶୃତି ଦେବା ସହ ଶେଷରେ ମହାପ୍ରଭୁ ରସଗୋଲା ଖୁଆଇ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରିବା ପରେ ମହାଲକ୍ଷ୍ମୀ ଶାନ୍ତ ହୋଇ ଦ୍ୱାର ଫିଟାଇଥିଲେ। ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରୁନ୍ଧା ହେବା ସହ ଦଇତିପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ବଡସିଂହାର ବେଶ, ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ। ଆସନ୍ତାକାଲି ପ୍ରଥମ ନିଳାଚଳ ଅବଢ଼ା ବାହାରିବ। ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁଙ୍କ ପହଣ୍ଡି ପରେ ନନ୍ଦିଘୋଷ ରଥରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ୟ୍ୟନ୍ତ ମହାପ୍ରଭୁଙ୍କ ପାଦଚିହ୍ନ ପଡିବା ମହାପ୍ରଭୁଙ୍କ ଅଲୌକିକତାର ପୁନଃ ଛାପ ଛାଡିଛି। ଆଜିଠୁ ଭକ୍ତମାନେ ନୀଳାଚଳ ଅଭଡ଼ା ପାଇପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ