Masthead

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ର!

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): କଣ୍ଟାବାଞ୍ଜିର ଜଣେ ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ର । ଅଡିଓ ହେଲା ଭାଇରାଲ । ଜଣେ ୱେବ୍ ସାମ୍ବାଦିକଙ୍କ ସହ ଜେଲର ବିକାଶଲତା ବାରୁଙ୍କ ସହ ଅଡିଓ ବାର୍ତ୍ତା ବଲାଙ୍ଗିର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଜୀବନ୍ତ ହେଉ କି ମୃତ, ଜଣକ ମୁଣ୍ଡ ଦରକାର ବୋଲି ଜେଲର କହୁଥିବା ଅଡିଓରେ ସ୍ପଷ୍ଟ ଶୁଭାଯାଉଛି । ଅନ୍ୟପଟେ ୱେବ୍ ସାମ୍ବାଦିକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଳି ପାଇଁ ତାଙ୍କ ନିକଟକୁ ଆଣି ଦେବାକୁ ଜେଲରଙ୍କୁ କଥା ମଧ୍ୟ ଦେଉଛନ୍ତି । ତେବେ ଜେଲର ଓ ଜଣେ ସାମ୍ବାଦିକଙ୍କ ଅଡିଓ ଭାଇରାଲ ହେବା ପରେ ରୋହନ ମହତ୍ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଏତଲାରେ ଅନୁରୋଧ ଯାଇଛି । ହେଲେ ଏତଲା ଦେଇଥିବା ରୋହନଙ୍କର ଏକ ଅଡିଓ ମଧ୍ୟ ଭାଇରାଲ ହେଉଛି । ଜେଲରଙ୍କ ସହ ଅଡିଓ ଭାଇରାଲ ହୋଇଥିବା ୱେବ୍ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ବ୍ୟବସ୍ଥା କରିବାକୁ କହୁଛନ୍ତି ରୋହନ । ଏପରିକି ଜେଲରଙ୍କୁ ବଞ୍ଚାଇବା ପାଇଁ କିଷାନ ଅଗ୍ରୱାଲଙ୍କୁ ମୋହରା କରିବାକୁ ପଡିବ ବୋଲି ସେ ୱେବ୍ ସାମ୍ବାଦିକଙ୍କୁ କହୁଛନ୍ତି । ଏଥିପାଇଁ ଜେଲର ନୂହେଁ, କିଷାନଠାରୁ ୨ ଲକ୍ଷ ଟଙ୍କା ଆଣିବାକୁ କହୁଛନ୍ତି ରୋହନ । ଅନ୍ୟପଟେ ତାଙ୍କୁ ବଦନାମ କରାଯାଉଥିବା କହିଛନ୍ତି ୱେବ୍ ସାମ୍ବାଦିକ ପ୍ରମୋଦ ବେହେରା । ମ୍ୟାଡମଙ୍କୁ ୨ ଲକ୍ଷ ଟଙ୍କା ରୋହନ ଦାବି କରିଥିବା ସେ କହିଛନ୍ତି । ସେପଟେ ହତ୍ୟା ଷଡଯନ୍ତ୍ର କଥାକୁ ଖଣ୍ଡନ କରିବା ସହ ରୋହନ ତାଙ୍କୁ ୨ ଲକ୍ଷ ଟଙ୍କା ଦାବି କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ଜେଲର । ଏନେଇ ସେ ମଧ୍ୟ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା