ରାଜନେତାଙ୍କ ପାଇଁ ମୌନବ୍ରତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତେଜୁଛି ମୋକିମ-ଚିରଞ୍ଜୀବ ଝଡ଼ । ମୋକିମ-ଚିରଞ୍ଜୀବଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ଭିତରେ ଭିତରେ ଜୋର ଧରୁଛି ପଲିଟିକ୍ସ । କାର୍ଯ୍ୟକାରୀଣି ବୈଠକରେ ଚାଲିଛି ନେତାଙ୍କ କଥା କଟାକଟି । ସେପଟେ କଟକରେ ୩ ପଲଟିସିଆନଙ୍କ ପାଇଁ କର୍ମୀ କରିଛନ୍ତି ମୈନବ୍ରତ । କଟକ ଉଇଣ୍ଡସର୍ ପ୍ୟାଲେସରେ ବହୁ ସଂଖ୍ୟାରେ ସମର୍ଥକ ଯୋଗ ଦେଇ ପ୍ରତିବାଦରେ ବସିଛନ୍ତି । ନିକଟରେ ଦଳ ବିରୋଧୀ କାର୍ଯ୍ୟ ଆଧାରରେ କଂଗ୍ରେସ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛି ।

ଆଉ ନିଲମ୍ବନ ଆଦେଶର ପୁନର୍ବିଚାର ପାଇଁ ଦୁଇ ନେତାଙ୍କ ସମର୍ଥକ ଦାବି କରିଛନ୍ତି । ନିଲମ୍ବିତଙ୍କ ସମର୍ଥକଙ୍କ ହୋହଲ୍ଲାକୁ ଆଖିରେ ରଖି କଂଗ୍ରେସ ଭବନରେ ହୋଇ ନାହିଁ ବୈଠକ । ଭୁବନେଶ୍ୱରର ଏକ ହୋଟେଲ ଚାଲିଛି ବୈଠକ । ବୈଠକରେ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତା ଯୋଗ ଦେଇଛନ୍ତି । ପ୍ରଥମେ ପଲିଟିକାଲ ଆଫେୟାର୍ସ ବୈଠକ ଆରମ୍ଭ ହୋଇଛି । ତାପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ଶେଷରେ ବସିବ ରାଜ୍ୟ କଂଗ୍ରେସ ପଦାଧିକାରୀ ବୈଠକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ