Masthead

ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ଗ୍ରହଣ କରୁନି ଜଳେଶ୍ୱର ବିଜେଡି

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟ ରାଜନୀତି ମାନଚିତ୍ରରେ ବାଲେଶ୍ୱର ଜିଲ୍ଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ୮ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ବିଶିଷ୍ଟ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ବେଶ୍ ସମ୍ୱେଦନଶୀଳ । ୨୦୧୯ରେ ବିଜେଡିକୁ ଛାଡି ଦେଲେ ବିଜେପି ଓ କଂଗ୍ରେସ ଅନ୍ୟ ଦଳରୁ ପ୍ରାର୍ଥୀ ଆଣି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଥିଲେ । ସମସ୍ତଙ୍କୁ ପଛରେ ପକାଇ ଅଶ୍ୱିନୀ କୁମାର ପାତ୍ର ୮୫, ୪୩୫ ଭୋଟ ହାତେଇ ଥିଲେ । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିି, ବିଜେପି ଓ କଂଗ୍ରେସ ଭିତରେ ଆରମ୍ଭ ହେଲାଣି କନ୍ଦଳ ।

କନ୍ଦଳ ଏମିତି ରୂପ ନେଇଛି ଯେ ବାଟରେ ପଡ଼ି ଦାଣ୍ଡରେ ଗଡୁଛି । ବିଜେଡି ଯୁବ ଗୋଷ୍ଠୀ ଚାହୁଁଛନ୍ତି ଅଶ୍ୱିନୀଙ୍କ ପରିବର୍ତ୍ତେ ନୂଆ ମୁହଁ । କିନ୍ତୁ ବିଜେଡି ହୁଏତ ତ ସେ ଭୁଲ କରିନପାରେ । ଅଶ୍ୱିନୀ ପ୍ରଥମେ ଜନତା ଦଳ ପରେ ବିଜେପିରୁ ବିଧାୟକ ହୋଇଥିଲେ । ପରେ ଦୁଇଥର ବିଜେଡିରୁ ବିଧାୟକ ହୋଇଛନ୍ତି । ଯଦି ବିଜେଡି ଅନ୍ୟ କାହାକୁ ସାମ୍ନାକୁ ଆଣେ ତେବେ ଅଶ୍ୱିନୀ କରିପାରନ୍ତି ବଡ଼ ଗେମ । ସେପଟେ ବର୍ଷ ବର୍ଷ ଧରି ବିଜେପି ନେତା ଶୂନ୍ୟ । ଅନ୍ୟ ଦଳର ନେତାଙ୍କୁ ଡାକି ନିର୍ବାଚନ ପାର୍ ହେବା ଚେଷ୍ଟାରେ ବିଜେପି । ଯାହା ୨୦୧୯ ନିର୍ବାଚନ ଜ୍ୱଳନ୍ତ ପ୍ରମାଣ ।

ଚର୍ଚ୍ଚା ହେଉଛି ୨୦୨୪ରେ ଜଳେଶ୍ୱର ମୁ୍ୟନସିପାଲଟିର ପୂର୍ବତନ ଅଧ୍ୟକ୍ଷ ପ୍ରବୀର ପ୍ରଧାନଙ୍କୁ ଟିକେଟ ଦେଇ ନିର୍ବାଚନ ଲଢ଼ିବାକୁ ଦଳ ପ୍ରସ୍ତୁତ ହେଉଛି । ଅନ୍ୟପଟେ କଂଗ୍ରେସ ରଣନୀତି ଆରମ୍ଭ କରିଦେଇଛି । ଏକଦା କଂଗ୍ରେସର ଗଡ ଥିଲା ଜଳେଶ୍ୱର । ୨୦୦୯ରେ ଅଶ୍ୱିନୀ ପାତ୍ରଙ୍କୁ ପରାସ୍ତ କରି କଂଗ୍ରେସର ଦେବୀପ୍ରସନ୍ନ ଚାନ୍ଦ ବିଜୟୀ ହୋଇଥିଲେ । ୨୦୧୪ରେ ଦେବୀପ୍ରସନ୍ନ ଚାନ୍ଦ ପରାସ୍ତ ପରେ ୨୦୧୯ ରେ ନୂଆ ଚେହେରା ଭାବେ ସୁଦର୍ଶନ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରି ବିଫଳ ହୋଇଥିଲା । ୨୦୨୪ରେ କଂଗ୍ରେସରୁ ସୁଦର୍ଶନ ଦାସ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ