Before Header

ଏଣିକି ସାଇରନ ନୁହେଁ ଶୁଭିବ ବଇଁଶୀ ସ୍ୱର!

0 220

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କିଛି ଦିନ ହେବ ଭିଆଇପି ଗାଡିଗୁଡିକରୁ ନାଲିବତୀ ହଟାଯାଇଥିଲା । ଆଉ ଏବେ ସାଇରନ ହଟାଇବାକୁ ଚାଲିଛି ଯୋଜନା । ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ । ଶଦ୍ଦ ପ୍ରଦୁଷଣକୁ ରୋକିବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି । ସେ କହିଛନ୍ତି କି ଏବେ ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ର ସ୍ୱରକୁ ପରିବର୍ତ୍ତନ କରାଯିବ । ଯାହାଦ୍ୱାରା ଲୋକମାନେ ସାଇରନ ଶଦ୍ଦରୁ ମୁକ୍ତି ପାଇବେ । ନୀତିନ ଗଡକାରି ପୁଣେର ଚାନ୍ଦୀନ ଚୌକ ଫ୍ଲାଓଭର ଉଦଘାଟନ କରିବା ଅବସରରେ ଏକ ସଭାକୁ ଉଦବୋଧନ ଦେଇ ଏଭଳି କହିଛନ୍ତି ।

ସେ କହିଛନ୍ତି ମୁଁ ଚାହୁଁଛି ସାଇରନ ଶବ୍ଦ ବଦଳରେ ଭାରତୀୟ ବାଦ୍ୟଯନ୍ତ୍ରର ମଧୁର ସ୍ୱର ବ୍ୟବହାର କରାଯାଉ । ଏନେଇ ଆଗାମୀ ଦିନରେ ଭିଆଇପି ଗାଡି ଗୁଡିକରୁ ସାଇରନ ଶବ୍ଦ ହଟାଇ ବଇଁଶୀ, ତବଲା, ଶଂଖ ଭଳି ଭାରତୀୟ ବାଦ୍ୟଯନ୍ତ୍ରର ସ୍ୱରକୁ ପରିବର୍ତ୍ତନ କରିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ଏହାସହ ତାଙ୍କ ସମୟରେ ଭିଆଇପି ଗାଡିରୁ ନାଲିବତୀ ହଟାଇବା ନେଇ ନିଷ୍ପତ୍ତି ହୋଇଥିବାରୁ ସେ ବେଶ୍ ଖୁସି ଅନୁଭବ କରିଥିବା କଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସାଇରନ ଶଦ୍ଦରୁ ଲୋକମାନେ ମୁକ୍ତ ପାଇବା ବେଳେ ଧ୍ୱନି ପ୍ରଦୂଷଣ ମଧ୍ୟ କମ ହେବ ।

Leave A Reply

Your email address will not be published.