Masthead

ବକେୟା ଅର୍ଥ ପ୍ରଦାନ ଦାବିରେ ଧାରଣାରେ ବସିଲେ ଯାତ୍ରା କଳାକାର ଓ କର୍ମଚାରୀ 

ବନ୍ତ(ବଡ଼ ଖବର ବ୍ୟୁରୋ): ବକେୟା ଅର୍ଥ ପ୍ରଦାନ ଦାବିରେ ଧାରଣାରେ ଯାତ୍ରା କଳାକାର । ଯାତ୍ରାରେ ତ ନାଟକ ହୁଏ କିନ୍ତୁ କଳାକାର ଏବଂ କର୍ମଚାରୀଙ୍କ ସହ ଖେଳୁଛନ୍ତି ଯାତ୍ରା ପାର୍ଟି ମାଲିକ । ଖାଲି ମାଲିକ ନୁହେଁ ମ୍ୟାନେଜର ମଧ୍ୟ କର୍ମଚାରୀ ଏବଂ କଳାକାରଙ୍କୁ କେବଳ ଧୂଆଁ ବାଣ ମାରି ଚାଲିଛନ୍ତି । ଏମିତି କିଛି କହି ବକେୟା ଅର୍ଥ ପ୍ରଦାନ ଦାବି କରି ବନ୍ତ ଥାନାରେ ଅଭିଯୋଗ ପରେ ଧାରଣାରେ ବସିଛନ୍ତି ଧଉଳି ଗଣନାଟ୍ୟର କଳାକାର ଓ କର୍ମଚାରୀ । ବନ୍ତ ଥାନା ଅଧୀନ ଛୟାଳସିଂ ପଳସା ବଜାର ନିକଟରେ କର୍ମଚାରୀମାନେ ଅପେରା ପରିବେଷଣ ହେଉଥିବା ସ୍ଥଳରେ ଧାରଣାରେ ବସି ଗର୍ଜିଛନ୍ତି ।

୮ମାସର ବକେୟା ଦରମା ପ୍ରଦାନ କରାନଗଲେ ଯାତ୍ରା ପାର୍ଟିରେ କର୍ମଚାରୀ ଓ କଳାକାରମାନେ ଯାତ୍ରା ପରିବେଷଣ କରିବେ ନାହିଁ କି କାର୍ୟ୍ୟ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି । ସେପଟେ ବାଙ୍ଗିରିପୋଷି ଦୁର୍ଘଟଣା ଆଳ ଦେଖାଇ ୨୦୨୩-୨୪ର କର୍ମଚାରୀ ଏବଂ କଳାକାରଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ଯାତ୍ରା ମାଲିକ୍ ହିମାଂଶୁ ଶେଖର ଦେଓ ଏପରି ହଇରାଣ କରୁଥିବା ଅଭିଯୋଗ ହୋଇଛି । ସମ୍ପୂର୍ଣ୍ଣ ଅର୍ଥ ନଦେବା ପାଇଁ ମାଲିକ ଏବଂ ମ୍ୟାନେଜର ମିଳିମିଶି ଏପରି କରି ଆସୁଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଟୁରିଷ୍ଟ ବସ୍ ଦୁର୍ଘଟଣା, ୫ ମୃତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଝଡ଼ବର୍ଷା ଆଶଙ୍କା 🔴 ପୁଣି ମୁଣ୍ଡ ନୁଆଁଇଲେ ଟ୍ରମ୍ପ୍ 🔴 କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା 🔴 ଭିଜିଲାନ୍ସ ଜାଲରେ SDO 🔴 ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଟୁରିଷ୍ଟ ବସ୍ ଦୁର୍ଘଟଣା, ୫ ମୃତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଝଡ଼ବର୍ଷା ଆଶଙ୍କା 🔴 ପୁଣି ମୁଣ୍ଡ ନୁଆଁଇଲେ ଟ୍ରମ୍ପ୍ 🔴 କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା 🔴 ଭିଜିଲାନ୍ସ ଜାଲରେ SDO 🔴 ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା