Masthead

ବକେୟା ଅର୍ଥ ପ୍ରଦାନ ଦାବିରେ ଧାରଣାରେ ବସିଲେ ଯାତ୍ରା କଳାକାର ଓ କର୍ମଚାରୀ 

ବନ୍ତ(ବଡ଼ ଖବର ବ୍ୟୁରୋ): ବକେୟା ଅର୍ଥ ପ୍ରଦାନ ଦାବିରେ ଧାରଣାରେ ଯାତ୍ରା କଳାକାର । ଯାତ୍ରାରେ ତ ନାଟକ ହୁଏ କିନ୍ତୁ କଳାକାର ଏବଂ କର୍ମଚାରୀଙ୍କ ସହ ଖେଳୁଛନ୍ତି ଯାତ୍ରା ପାର୍ଟି ମାଲିକ । ଖାଲି ମାଲିକ ନୁହେଁ ମ୍ୟାନେଜର ମଧ୍ୟ କର୍ମଚାରୀ ଏବଂ କଳାକାରଙ୍କୁ କେବଳ ଧୂଆଁ ବାଣ ମାରି ଚାଲିଛନ୍ତି । ଏମିତି କିଛି କହି ବକେୟା ଅର୍ଥ ପ୍ରଦାନ ଦାବି କରି ବନ୍ତ ଥାନାରେ ଅଭିଯୋଗ ପରେ ଧାରଣାରେ ବସିଛନ୍ତି ଧଉଳି ଗଣନାଟ୍ୟର କଳାକାର ଓ କର୍ମଚାରୀ । ବନ୍ତ ଥାନା ଅଧୀନ ଛୟାଳସିଂ ପଳସା ବଜାର ନିକଟରେ କର୍ମଚାରୀମାନେ ଅପେରା ପରିବେଷଣ ହେଉଥିବା ସ୍ଥଳରେ ଧାରଣାରେ ବସି ଗର୍ଜିଛନ୍ତି ।

୮ମାସର ବକେୟା ଦରମା ପ୍ରଦାନ କରାନଗଲେ ଯାତ୍ରା ପାର୍ଟିରେ କର୍ମଚାରୀ ଓ କଳାକାରମାନେ ଯାତ୍ରା ପରିବେଷଣ କରିବେ ନାହିଁ କି କାର୍ୟ୍ୟ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି । ସେପଟେ ବାଙ୍ଗିରିପୋଷି ଦୁର୍ଘଟଣା ଆଳ ଦେଖାଇ ୨୦୨୩-୨୪ର କର୍ମଚାରୀ ଏବଂ କଳାକାରଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ଯାତ୍ରା ମାଲିକ୍ ହିମାଂଶୁ ଶେଖର ଦେଓ ଏପରି ହଇରାଣ କରୁଥିବା ଅଭିଯୋଗ ହୋଇଛି । ସମ୍ପୂର୍ଣ୍ଣ ଅର୍ଥ ନଦେବା ପାଇଁ ମାଲିକ ଏବଂ ମ୍ୟାନେଜର ମିଳିମିଶି ଏପରି କରି ଆସୁଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ