Masthead

ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରୁଥିବା ଫିଲ୍ମ ଅଭିନେତ୍ରୀ: ଜାଣନ୍ତୁ ସେ କିଏ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କଙ୍ଗନା ରାଣାୱାତ, ହିନ୍ଦୀ ଫିଲ୍ମ ଦୁନିଆରେ ଏକ ଚର୍ଚ୍ଚିତ ଚେହେରା । ତାଙ୍କ ମନ୍ତବ୍ୟକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ କଥାବାର୍ତ୍ତା ଅନେକଙ୍କୁ ଅସହ୍ୟ ହୋଇଥାଏ । ସେଥିପାଇଁ ବିଭିନ୍ନ କୋର୍ଟରେ ତାଙ୍କ ନାମରେ ରୁଜୁ ହୋଇଛି ମାମଲା । ମୁମ୍ବାଇ ସହରରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା କୋର୍ଟରେ ଏକ ମାମଲା ରୁଜୁ ହୋଇଛି । କଙ୍ଗନାଙ୍କ ଟୁଇଟ୍ ବିରୋଧରେ ପୁଲିସ ଏଫ୍ଆଇଆର୍ ନ ରଖିବାରୁ ମୁନ୍ନା ଭାରାଲି ଓ ସାହିଲ ଆଶରଫ ସୟଦ ବାନ୍ଦ୍ରା କୋର୍ଟରେ ପିଟିସନ ଦାଖଲ କରିଛନ୍ତି ।

ଏହି ପିଟିସନରେ କୁହାଯାଇଛି ଯେ କଙ୍ଗନା ରାନାୱତ ତାଙ୍କ ଟ୍ୱିଟ୍ ଜରିଆରେ ବଲିଉଡରେ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟରେ ବିଦ୍ୱୋଷ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଆବେଦନକାରୀ କହିଛନ୍ତି ଯେ କଙ୍ଗନାଙ୍କ ବିବୃତ୍ତି ଏବଂ ଟ୍ୱିଟ୍ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବାରେ ଯଥେଷ୍ଟ । ଆବେଦନରେ ଦର୍ଶାଯାଇଛି ଯେ କଙ୍ଗନା ରାନାୱତ କ୍ରମାଗତ ଭାବେ ବଲିଉଡକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଆରମ୍ଭ କରି ଟିଭି ପର୍ୟ୍ୟନ୍ତ କଙ୍ଗନା ସବୁ ସ୍ଥାନରେ ବଲିଉଡ ବିରୋଧରେ ବର୍ଷୁଛନ୍ତି ।ଆବେଦନକାରୀମାନେ ପୂର୍ବରୁ ଏ ସଂପର୍କରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ôଚଥିଲେ । କିନ୍ତୁ ପୋଲିସ ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ରଖିବାକୁ ମନା କରିଦେଇଥିଲା। ପରେ ଆବେଦନକାରୀମାନେ କୋର୍ଟକୁ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ