ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରୁଥିବା ଫିଲ୍ମ ଅଭିନେତ୍ରୀ: ଜାଣନ୍ତୁ ସେ କିଏ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କଙ୍ଗନା ରାଣାୱାତ, ହିନ୍ଦୀ ଫିଲ୍ମ ଦୁନିଆରେ ଏକ ଚର୍ଚ୍ଚିତ ଚେହେରା । ତାଙ୍କ ମନ୍ତବ୍ୟକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ କଥାବାର୍ତ୍ତା ଅନେକଙ୍କୁ ଅସହ୍ୟ ହୋଇଥାଏ । ସେଥିପାଇଁ ବିଭିନ୍ନ କୋର୍ଟରେ ତାଙ୍କ ନାମରେ ରୁଜୁ ହୋଇଛି ମାମଲା । ମୁମ୍ବାଇ ସହରରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା କୋର୍ଟରେ ଏକ ମାମଲା ରୁଜୁ ହୋଇଛି । କଙ୍ଗନାଙ୍କ ଟୁଇଟ୍ ବିରୋଧରେ ପୁଲିସ ଏଫ୍ଆଇଆର୍ ନ ରଖିବାରୁ ମୁନ୍ନା ଭାରାଲି ଓ ସାହିଲ ଆଶରଫ ସୟଦ ବାନ୍ଦ୍ରା କୋର୍ଟରେ ପିଟିସନ ଦାଖଲ କରିଛନ୍ତି ।

ଏହି ପିଟିସନରେ କୁହାଯାଇଛି ଯେ କଙ୍ଗନା ରାନାୱତ ତାଙ୍କ ଟ୍ୱିଟ୍ ଜରିଆରେ ବଲିଉଡରେ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟରେ ବିଦ୍ୱୋଷ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଆବେଦନକାରୀ କହିଛନ୍ତି ଯେ କଙ୍ଗନାଙ୍କ ବିବୃତ୍ତି ଏବଂ ଟ୍ୱିଟ୍ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବାରେ ଯଥେଷ୍ଟ । ଆବେଦନରେ ଦର୍ଶାଯାଇଛି ଯେ କଙ୍ଗନା ରାନାୱତ କ୍ରମାଗତ ଭାବେ ବଲିଉଡକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଆରମ୍ଭ କରି ଟିଭି ପର୍ୟ୍ୟନ୍ତ କଙ୍ଗନା ସବୁ ସ୍ଥାନରେ ବଲିଉଡ ବିରୋଧରେ ବର୍ଷୁଛନ୍ତି ।ଆବେଦନକାରୀମାନେ ପୂର୍ବରୁ ଏ ସଂପର୍କରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ôଚଥିଲେ । କିନ୍ତୁ ପୋଲିସ ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ରଖିବାକୁ ମନା କରିଦେଇଥିଲା। ପରେ ଆବେଦନକାରୀମାନେ କୋର୍ଟକୁ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ