Masthead

ଜେଇଇ ଆଡଭାନ୍ସ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇଆଇଟି ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛି । ବିଶ୍ୱ ମହାମାରୀ କରୋନା ଏବେ ଇତିହାସକୁ ବଦଳାଇବାରେ ଲାଗିଛି । ପୂର୍ବରୁ ଜେଇଇ ଆଡଭାନ୍ସରେ ଛାତ୍ରଛାତ୍ରୀମାନେ ଦୁଇଥର ଅଂଶ ଗ୍ରହଣ କରୁଥିଲେ । ପ୍ରଥମ ଥର ପାଇଁ ଜେଇଇ ଆଡଭାନ୍ସରେ ଛାତ୍ରମାନଙ୍କୁ ତୃତୀୟ ସୁଯୋଗ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ସରକାର ମାତ୍ର ଏକବର୍ଷ ପାଇଁ ଏହି ସୁଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

ଏହି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅକ୍ଟୋବର ୧୩ ରେ ମିଳିତ ଆଡମିଶନ ବୋର୍ଡ (ଜେଏବି)ର ସ୍ୱତନ୍ତ୍ର ବୈଠକ ଡକାଯାଇଛି। ଏଥିରେ ସମସ୍ତ ୨୩ ଆଇଆଇଟିର ନିର୍ଦ୍ଦେଶକ,କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପ୍ରତିନିଧି,ୟୁଜିସି,ଏଆଇସିଟିଇ,ଏନଟିଏର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁସାରେ,କୋଭିଡ -୧୯ କାରଣରୁ ଏବଂ ଛାତ୍ରମାନଙ୍କ ଚାହିଦାକୁ ଆଧାର କରି ଜେଇଇ ଆଡଭାନ୍ସରେ ତୃତୀୟ ସୁଯୋଗ ଦେବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ଯଦି ଆଇଆଇଟି ସମେତ ଅନ୍ୟ ସମସ୍ତ ଅନୁଷ୍ଠାନର ପ୍ରତିନିôଧମାନେ ରିଜୋଲ୍ୟୁସନ୍ ପାସ୍ କରନ୍ତି,ତେବେ ଛାତ୍ରଛାତ୍ରୀମାନେ ଜେଇଇ ଆଡଭାନ୍ସ ୨୦୨୧ ରେ ତୃତୀୟ ସୁଯୋଗ ପାଇବେ । ତେବେ ଏହି ସୁଯୋଗ ସମସ୍ତ ଛାତ୍ରମାନଙ୍କୁ ମିଳିବ ନାହିଁ । ଯେଉଁମାନେ ଦୁଇଟି ସୁଯୋଗ ହରାଇଛନ୍ତି ଏବଂ କୋଭିଡ -୧୯ କାରଣରୁ ପରୀକ୍ଷା ଦେଇପାରି ନାହାନ୍ତି କିମ୍ବା ପରୀକ୍ଷାରେ ଭଲ ପ୍ରଦର୍ଶନ କରିନାହାନ୍ତି ସେମାନେ ଏହି ବିଶେଷ ସୁଯୋଗ କେବଳ ଗୋଟିଏ ବର୍ଷ ପାଇଁ ପାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ