Masthead

ପଞ୍ଜାବରେ ହାଇଆଲର୍ଟରେ ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କୁ ଆଇଏସଆଇ ପାଣ୍ଠି ଯୋଗାଉଥିବା ସନ୍ଦେହ କରାଯାଇଛି । ପଞ୍ଜାବରେ ଆତଙ୍କ ସୃଷ୍ଟି କରିଥିବା ‌ଖଲି‌ସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ନେଇ ପୁଲିସ ଏବଂ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ଆଇଏସଆଇ ଏଜେଣ୍ଟଠାରୁ ଅର୍ଥ ପାଉଥିବା ଗୋଇନ୍ଦା ବିଭାଗ ସନ୍ଦେହ କରୁଛି। ‌ଖଲିସ୍ଥାନୀ ଆନ୍ଦୋଳନକୁ ସମର୍ଥନ କରୁଥିବା ୱାରିସ ପଞ୍ଜାବ ଦେ ଏବଂ ଅମୃତ ପାଲ ସିଂହଙ୍କ ସହ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ଏଭଳି ସନ୍ଦେହ କାରାଯାଇଛି।

ଅମୃତ ପାଲ ସିଂହଙ୍କ ଉପରେ କଡ଼ା ନଜର ରଖିଛି ପୁଲିସ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଜନାଲାରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ହିଂସା ଘଟଣା ଉପରେ ପଞ୍ଜାବ ପୁଲିସକୁ ରିପୋର୍ଟ ମଗାଯାଇଛି। ଆକ୍ରମଣ ପରେ ଅମୃତପାଲ ଓ ତାଙ୍କ ସମର୍ଥକମାନଙ୍କ ବିରୋଧରେ ପୁଲିସ ରୁଜୁ କରିଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଥିଲେ। ମାମଲା ପ୍ରତ୍ୟାହାର ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ହିଂସା ଜାରି ରଖିବେ ବୋଲି ଧମକ ଦେଇଥିଲେ। ପରେ ଚାପରେ ଆସି ଲଭପ୍ରୀତ, ତୁଫାନଙ୍କୁ ଛାଡ଼ି ଦିଆଯାଇଥିଲା ।

କିନ୍ତୁ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ଲଭପ୍ରୀତଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି । ଖଲିସ୍ତାନ ସପକ୍ଷବାଦୀ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଦୁବାଇ-ଫେରନ୍ତା ଅମୃତପାଲ ସିଂହଙ୍କ କାର୍ୟ୍ୟକଳାପ ଉପରେ କେନ୍ଦ୍ର ସରକାର ସୁରକ୍ଷା ଏଜେନ୍ସିଗୁଡ଼ିକ ମାଧ୍ୟମରେ ନଜର ରଖିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା