ପଞ୍ଜାବରେ ହାଇଆଲର୍ଟରେ ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କୁ ଆଇଏସଆଇ ପାଣ୍ଠି ଯୋଗାଉଥିବା ସନ୍ଦେହ କରାଯାଇଛି । ପଞ୍ଜାବରେ ଆତଙ୍କ ସୃଷ୍ଟି କରିଥିବା ‌ଖଲି‌ସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ନେଇ ପୁଲିସ ଏବଂ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ଆଇଏସଆଇ ଏଜେଣ୍ଟଠାରୁ ଅର୍ଥ ପାଉଥିବା ଗୋଇନ୍ଦା ବିଭାଗ ସନ୍ଦେହ କରୁଛି। ‌ଖଲିସ୍ଥାନୀ ଆନ୍ଦୋଳନକୁ ସମର୍ଥନ କରୁଥିବା ୱାରିସ ପଞ୍ଜାବ ଦେ ଏବଂ ଅମୃତ ପାଲ ସିଂହଙ୍କ ସହ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ଏଭଳି ସନ୍ଦେହ କାରାଯାଇଛି।

ଅମୃତ ପାଲ ସିଂହଙ୍କ ଉପରେ କଡ଼ା ନଜର ରଖିଛି ପୁଲିସ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଜନାଲାରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ହିଂସା ଘଟଣା ଉପରେ ପଞ୍ଜାବ ପୁଲିସକୁ ରିପୋର୍ଟ ମଗାଯାଇଛି। ଆକ୍ରମଣ ପରେ ଅମୃତପାଲ ଓ ତାଙ୍କ ସମର୍ଥକମାନଙ୍କ ବିରୋଧରେ ପୁଲିସ ରୁଜୁ କରିଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଥିଲେ। ମାମଲା ପ୍ରତ୍ୟାହାର ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ହିଂସା ଜାରି ରଖିବେ ବୋଲି ଧମକ ଦେଇଥିଲେ। ପରେ ଚାପରେ ଆସି ଲଭପ୍ରୀତ, ତୁଫାନଙ୍କୁ ଛାଡ଼ି ଦିଆଯାଇଥିଲା ।

କିନ୍ତୁ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ଲଭପ୍ରୀତଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି । ଖଲିସ୍ତାନ ସପକ୍ଷବାଦୀ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଦୁବାଇ-ଫେରନ୍ତା ଅମୃତପାଲ ସିଂହଙ୍କ କାର୍ୟ୍ୟକଳାପ ଉପରେ କେନ୍ଦ୍ର ସରକାର ସୁରକ୍ଷା ଏଜେନ୍ସିଗୁଡ଼ିକ ମାଧ୍ୟମରେ ନଜର ରଖିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ