Masthead

ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) :  ପ୍ରକାଶ ପାଇଛି JEE ଆଡଭାନ୍ସ ପରୀକ୍ଷା ଫଳାଫଳ । ପରୀକ୍ଷାରେ ୫୪ ହଜାର ୩୭୮ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । JEE ଆଡଭାନ୍ସ ପରୀକ୍ଷାରେ ଏକ ନମ୍ବର ସ୍ଥାନ ହାସଲ କରି ଇତିହାସ ରଚିଲେ ଦିଲ୍ଲୀ ପୁଅ । ଏଲନ୍ କୋଟାର ରଜିତ ଗୁପ୍ତା ହୋଇଛନ୍ତି ଟପ୍ପର । JEE ଆଡଭାନ୍ସର ଟପ୍ ୧୦ରେ କୋଟାର ୪ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ସକ୍ଷମ ଜିନ୍ଦଲ । ୧ଲକ୍ଷ ୮୦ ହଜାର ୪୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ମୋଟ ୫୪ ହଜାର ୩୭୮ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୩୬୦ ମାର୍କରୁ ୩୩୨ ମାର୍କ ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି IIT ଦିଲ୍ଲୀ ଜୋନରୁ ରଜିତ ଗୁପ୍ତା । IIT ଖଡଗପୁର ଜୋନରୁ ଦେବଦତ୍ତା ୩୬୦ରୁ ୩୧୦ ମାର୍କ ରଖି ମହିଳାଙ୍କ କ୍ଷେତ୍ରରେ ଆଗରେ ରହିଛନ୍ତି । ଆଗାମୀ ଦିନରେ ସଫଳ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ (JoSAA ) ମାଧ୍ୟମରେ ହେବାକୁ ଥିବା କାଉନସିଲ୍ଂ ପ୍ରକିୟାରେ ଭାଗ ନେଇ IITରେ ଆଡମିଶନ ପାଇଁ ଯୋଗ୍ୟ ବିବେଚିତ ହେବେ । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳ ହୋଇନାହାନ୍ତି ସେମାନେ JEE ମେନ୍ ଫଳାଫଳ୨୦୨୫ ସ୍କୋର ଆଧାରରେ IITs, NITs ଏବଂ CFTISରେ ଆଡମିଶନ ନେଇ ପାରିବେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ jeeadv.ac.in ୱେବସାଇଟ୍ ମାଧ୍ୟମରେ ନିଜର ପରୀକ୍ଷା ଫଳ ଦେଖିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ