Masthead

ରାହୁଲ ଗାନ୍ଧିଙ୍କୁ ଜୀବନରୁ ମାରିଦେବାକୁ ଧମକ ,ଗୋରଖପୁରର ମନୋଜ ରାୟଙ୍କ ନାମରେ ଆସିଥିଲା କଲ୍

ଗୋରଖପୁର(ବଡଖବର ବ୍ୟୁରୋ): ୨୫ ମାର୍ଚ୍ଚରେ ଲଲନ୍ କୁମାରଙ୍କ ଫୋନ ନମ୍ବରକୁ ରାହୁଲ ଗାନ୍ଧୀଙ୍କୁ ଜୀବନରୁ ମାରିଦେବାକୁ ଧମକ ପୂର୍ଣ୍ଣ କଲ୍ ଆସିଥିଲା । ଫୋନ କରିଥିବା ଲୋକ ନିଜକୁ ଗୋରଖପୁରର ବାସିନ୍ଦା ମନୋଜ ରାୟ ବୋଲି କହିଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଦେଇଛି ।କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧିଙ୍କୁ ଜୀବନରୁ ମାରିଦେବାର ଧମକ ମାମଲାରେ ଲକ୍ଷ୍ନୌ ପୋଲିସ ମାମଲା ଦାୟର କରିଛି । ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଦେଇଛି ।

୨୫ ମାର୍ଚ୍ଚରେ କଂଗ୍ରେସର ମିଡିଆ ସଂଯୋଜକ ଲଲନ୍ କୁମାରଙ୍କୁ ଏକ ଧମକ ପୂର୍ଣ୍ଣ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ନିଜକୁ ଗୋରଖପୁରର ବାସିନ୍ଦା ମନୋଜ ରାୟ କହିଥିଲା । ସେ ପ୍ରଥମେ ଲଲନ୍ କୁମାରଙ୍କୁ ଗାଳି କରିଥିଲା ଓ ପରେ ଗୁଳି ମାରିଦେବାର ଧମକ ମଧ୍ୟ ଦେଇଥିଲା । ଏତିକି ନୁହେଁ ଫୋନ କରିଥିବା ବ୍ୟକ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏହା ପରେ ଲଲନ୍ କୁମାର ଲକ୍ଷ୍ନୌର ଚିନହଟ ଥାନାରେ ଅଭିଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା