Masthead

ଚନ୍ଦ୍ରାୟନ-୩ର ପ୍ରଥମ ଅର୍ବିଟ ରେଜିଂ ମାନୁଭର୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚନ୍ଦ୍ର ନିକଟତର ହେଉଛି ଚନ୍ଦ୍ରାୟନ । ପୃଥିବୀ ଚାରିପଟେ ଅଣ୍ଡାକୃତି ଆକୃତିରେ ଘୁରି ବୁଲୁଛି ଚନ୍ଦ୍ରାୟନ-୩ । ଏହାର ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରିଛି ଇସ୍ରୋ । ଏହାର ଅର୍ଥ ହେଉଛି ଚନ୍ଦ୍ରାୟନର ଗତିପଥକୁ ପ୍ରସାରିତ କରାଯାଇ ପୃଥିବୀଠାରୁ ଆଉ ଟିକେ ଦୂରକୁ ପଠାଇ ଦିଆଯାଇଛି । ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି । ୫ ଥର ଏହି ପ୍ରକ୍ରିୟା ଦୋହରାଇବା ପରେ, ଚନ୍ଦ୍ରାୟନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ।

ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟୱର୍କ ବା ଆଇଏସଟିଆରଏସିରେ ସଫଳତାର ସହ ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରାଯାଇଥିବା ସୂଚନା ଦିଆଯାଇଛି । ଉତକ୍ଷେପଣ ପରେ ପୃଥିବୀପୃଷ୍ଠରୁ ଏହାର ସର୍ବନିମ୍ନ ଦୂରତା ପ୍ରାୟ ୧୭୦ କିଲୋମିଟର ଏବଂ ସର୍ବାଧିକ ଦୂରତା ୩୬ହଜାର ୫ଶହ କିଲୋମିଟର ଥିଲା। ‘ଚନ୍ଦ୍ରାୟନ-୩’ର ପ୍ରତ୍ୟେକ ଗିତିବିଧି ଉପରେ ସତର୍କ ନଜର ରଖିଛନ୍ତି ଇସ୍ରୋର ବୈଜ୍ଞାନିକ । ଜୁଲାଇ ୩୧ ତାରିଖ ସୁଦ୍ଧା ଚନ୍ଦ୍ରାୟନ-୩ ପୃଥିବୀଠାରୁ ୧୦ ଗୁଣ ଦୂର ଯାଇସାରିଥିବ । ଏକ ଲକ୍ଷ କିଲୋମିଟର ଦୂରରେ ପହଂଚିବା ପରେ ଚନ୍ଦଯାନକୁ ସ୍ଲିଙ୍ଗସଟ୍ କରାଯିବ । ଅଗଷ୍ଟ ୫ରୁ ୭ ତାରିଖ ମଧ୍ୟରେ ଚନ୍ଦ୍ରାୟନ-୩ ଚନ୍ଦ୍ର ଅର୍ବିଟରେ ପହଂଚିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା