Masthead

ଚମ୍ପୁଆରେ ବିଜେପିର ଜୋରଦାର ପ୍ରଚାର

ଜୋଡା (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ ନିମନ୍ତେ ବିଭିନ୍ନ ସଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ପ୍ରାର୍ଥୀ ନିଜର ପ୍ରଚାରକୁ ଯୋରଦାର କରିଛନ୍ତି । ଭୋଟରଙ୍କ ନିକଟତର ହେବାପାଇଁ ରୋଡ ଶୋ’ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ, ବିଭିନ୍ନ ସାହି ବସ୍ତି ଓ ଗାଁ ଗଣ୍ଡାରେ ସଭା ସମିତିକରି ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ।

ଏହି କ୍ରମରେ ଭାରତୀୟ ଜନତା ପାର୍ଟିର ଚମ୍ପୁଆ ବିଧାନସଭା ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ଏଥର ଗଡ଼ ଜିତିବାକୁ ନିଜର ପ୍ରୟାସ ଜାରି ରଖିଛନ୍ତି । ଆସନ୍ତା ୨୫ ତାରିଖରେ ଏଠାରେ ଭୋଟ ପଡ଼ିବାକୁ ଥିବାବେଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବାଇକ୍ ରାଲୀ ଓ ଶୋଭାଯାତ୍ରା କରିବା ସହ ଅଞ୍ଚଳବାସୀଙ୍କୁ କେନ୍ଦ୍ରର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି ବିଜେପି ପ୍ରାର୍ଥୀ ମୁରଲୀ । ଚମ୍ପୁଆ ନିର୍ବାଚନମଣ୍ଡଳିରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଜନସମର୍ଥନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ବଡ଼ବିଲ, ଯୋଡ଼ା, ଚମ୍ପୁଆ, ବଲାଣି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ବିଜେପି ସମର୍ଥକ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ।

ମୁରଲୀଙ୍କ ସହ କେନ୍ଦୁଝର ରାଣୀ ସିନାନ୍ଦିନୀ ଭଞ୍ଜଦେଓ, କେନ୍ଦ୍ର ଇସ୍ପାତ ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ପ୍ରଚାରରେ ସାମିଲ ହୋଇ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି କେନ୍ଦ୍ର ସରକାରଙ୍କ ଜନ ହିତକାରୀ ଯୋଜନା ଏହି ନିର୍ବାଚନରେ ଅପାର ସଫଳତା ଆଣିବା ସହ ଏଥର ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ବିଜେପି ନେତା ଦୃଢ଼କ୍ତି ପ୍ରକାଶ କରିଛନ୍ତି । ଚମ୍ପୁଆ ଅଞ୍ଚଳରେ ଜନ ସମର୍ଥନ ବଢୁଥିବା ବେଳେ ଏହି ବିଧାନସଭା କ୍ଷେତ୍ରରେ ଐତିହାସିକ ବିଜୟ ହାସଲ କରିବ ବୋଲି ଭୋଟରଙ୍କ ବିଧାୟକ ପ୍ରାର୍ଥୀ ମୁରଲୀ ଶର୍ମା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ