Masthead

ରବି ଶାସ୍ତ୍ରୀ କରୋନା ପଜିଟିଭ

(ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ । ରବି ଶାସ୍ତ୍ରୀଙ୍କ ସମେତ ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ । ସେମାନଙ୍କୁ ପୃଥକ ବାସରେ ରଖାଯାଇଛି । ଓଭାଲ ଠାରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଖେଳାଳୀ, ପ୍ରଶିକ୍ଷକ ଓ ଖେଳ ସହିତ ଜଡିତ ଥିବା ଲୋକଙ୍କର ଦୈନିକ କରୋନା ଟେଷ୍ଟ ହୋଇଥାଏ। ଆଜି ହୋଇଥିବା ଟେଷ୍ଟରେ ରବି ଶାସ୍ତ୍ରୀ, ବୋଲିଂ କୋଚ ଭରତ ଅରୁଣ ସହ ଅନ୍ୟ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ବଡ କଥା ଏହି ୪ ଜଣଙ୍କ ମଧ୍ୟରେ କୌଣସି ଖେଳାଳୀ ନାହାନ୍ତି । ବିସିସିଆଇ କହିଛି କି ତାଙ୍କର ମେଡିକାଲ ଟିମ୍ ରବି ଶାସ୍ତ୍ରୀ, ଭରତ ଅରୁଣ, ଆର.ଶ୍ରୀଧର ଓ ନିତୀନ ପଟେଲଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନଙ୍କର ହୋଇଥିବା ଆରଟିପିସିଆର ଟେଷ୍ଟରେ ପଜିଟିଭ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ବିସିସିଆଇ କହିଛି କି ଟିମର ବାକି ସଦସ୍ୟଙ୍କର ବି ଫ୍ଲୋ ଟେଷ୍ଟ କରାଯାଇଛି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ପଡିଆକୁ ଯିବାକୁ ଅନୁମତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ