ସରକାରୀ ଜମି ମାଡ଼ି ବସିଛନ୍ତି ସରକାରୀ ବାବୁ 

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ସରକାରୀ ଜମି ମାଡ଼ି ବସିଛନ୍ତି ସରକାରୀ ବାବୁ । ନବରଙ୍ଗପୁର ଜିଲ୍ଲାର କସାଗୁମୁଡା ବ୍ଲକରେ ସରକାରୀ କର୍ମଚାରୀ ସରକାରୀ ଜମି ମାଡି ବସି ଘର ନିର୍ମାଣ କରିଛନ୍ତି । ନବରଙ୍ଗପୁର ଜିଲ୍ଲା କଷଗୁମୁଡା ବ୍ଲକ ପରିସରେ ମଧ୍ୟରେ ରହିଛି ଶହ ଶହ ଏକର ସରକାରୀ ଜାଗା, ସେଥି ମଧ୍ୟରୁ ବ୍ଲକ ଅଫିସ, ବ୍ଲକ କର୍ମଚାରୀଙ୍କ ପାଇଁ କ୍ୱାଟର, ପୁରାତନ ମନ୍ଦିର, ବିଦ୍ୟାଳୟ,ବ୍ୟାଙ୍କ, ସମବାୟ ସମିତି,ପୋଲିସ ଷ୍ଟେସନ ଏହା ବ୍ୟତୀତ ଅନ୍ୟାନ୍ୟ ସରକାରୀ ବିଭାଗ ଅଫିସ ମଧ୍ୟ ରହିଛି ।

ଏହା ବ୍ୟତିତ ଖାଲି ଥିବା ସରକାରୀ ଜାଗାରେ ସରକାରୀ ବାବୁ ଘର ନିର୍ମାଣ କରି ନିଜେ ରହିବା ସହ ଘର ଭଡା ଦେବା ଅଭିଯୋଗ ଆସିଛି । ଏସବୁ ଜାଣି ମଧ୍ୟ ରାଜସ୍ୱ ବିଭାଗ ଚୁପ ବସିଛି । କାହିଁକି ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳ ବାସୀ ଲିଖିତ ଆକାରରେ ସ୍ଥାନୀୟ ତହସିଲଦାରଙ୍କ ଅଭିଯୋଗ କରିଛନ୍ତି । କସାଗୁମୁଡା ବ୍ଲକର କଡୀଙ୍ଗା ତହସିଲଦାର ୬୦ଜଣଙ୍କୁ ନୋଟିସ ମଧ୍ୟ କରିଛନ୍ତି ।

ବିଜେଡି ବିଧାୟକ ମୋନହର ରନ୍ଧାରୀ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ଦେଇଥିବା ବେଳେ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’