Masthead

୨୯ ଜୁନ୍, ୨୦୨୨… ଓଡ଼ିଶା ଇତିହାସରେ କଳାଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ ଜୁନ୍ ରାତି ଓ ୨୫ ଜୁନ୍ ଭୋର ଭାରତ ଇତିହାସର କଳା ଦିବସ । ଦୋହଲୁଥିବା ଚୌକି ଓ ବିରୋଧରେ ଆସୁଥବା ସ୍ୱରକୁ ଚାପିବାକୁ ଦେଶର ଗଣତନ୍ତ୍ରକୁ ହତ୍ୟା କରି ଏହିଦିନ ୧୯୭୫ରେ ଏମର୍ଜେନ୍ସି ଲଗାଇଥଲେ ଇନ୍ଦିରା ଗାନ୍ଧି ଓ ସଞ୍ଜୟ ଗାନ୍ଧି । ଠିକ୍ ସେମିତି ଏକ କଳାଦିନ ଓଡ଼ିଶା ଇତିହାସରେ ବି ଅଛି । ଯେତେବେଳ ଗଣତନ୍ତ୍ରର ସ୍ୱର ଚାପିବାକୁ ଦୁଇବର୍ଷ ତଳେ ୨୦୨୨ ଜୁନ୍ ୨୯ ରାତି ଓ ୩୦ ଜୁନ, ଭୋରରେ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ମିଛ ମାମଲା ଲଗାଇ ଗିରଫ କରିଥିଲେ ।

ଶ୍ରୀମନ୍ଦିର ଚାରିପଟେ ବେଆଇନ ଭାବେ ଧାର୍ମିକ ଅନୁଷ୍ଠାନକୁ ଧ୍ୱଂସ କରି ଭାଟିକାନରେ ପୋପଙ୍କୁ ଧାଡ଼ି ଦର୍ଶନ କରୁଥିଲେ ନବୀନ, ପାଣ୍ଡିଆନ ଏବଂ ସାଙ୍ଗରେ ଥିଲେ ବହୁଚର୍ଚ୍ଚିତ ଶ୍ରଦ୍ଧା । ଏ ସବୁ ଖୁଲାସା କରୁଥିବା ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିବାକୁ ସେଇଠୁ ଆଦେଶ ହେଲା । ଯେତେ ପ୍ରକାର ମିଛ ମାମଲା ଲଗେଇ ଗିରଫ କରାଗଲା । ଟିଭି ଚ୍ୟାନେଲକୁ ବି ବନ୍ଦ କରିଦିଆଗଲା । ଠିକ୍ ଯେମିତି ୧୯୭୫ ଏମର୍ଜେନ୍ସି ସମୟରେ ହେଉଥିଲା । ଗଣତନ୍ତ୍ରର ଏ ଗଣହତ୍ୟାରେ ପାଣ୍ଡିଆନର ଚାଟୁକାର ସାଜିଥିଲେ ଡି.ଏସ୍ କୁଟ୍ଟେ, ମାନସ ମଙ୍ଗରାଜ, ପ୍ରଣବ ପ୍ରକାଶ ଦାସ, ଇଓଡବ୍ଲ୍ୟୁ ଅଧିକାରୀ ଏବଂ ଏତଲା ଦେଇଥିବା ଅଧର୍ମୀମାନେ।

‘ବଡ଼ ଖବର” ଟିଭି ଚ୍ୟାନେଲକୁ ସେତେବେଳ ମାତ୍ର ଦେଢ଼ ବର୍ଷ ହୋଇଥାଏ । କିନ୍ତୁ ଓଡ଼ିଆ ଅସ୍ମିତାକୁ ନେଇ ଯେଉଁସବୁ ପ୍ରଶ୍ନ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ରଖିଲେ ତାହା ପାଣ୍ଡିଆନକୁ ବିବ୍ରତ କରିପକାଇଲା । ଜଗନ୍ନାଥଙ୍କ ପାଇଁ ଯିଏ ସ୍ୱର ଉଠାଇଲା ତାଙ୍କୁ ରଥଯାତ୍ରା ସମୟରେ ଜେଲକୁ ପଠାଇଦିଆଗଲା। ଅଧର୍ମ, ଅହଙ୍କାର, ଅନୀତିରେ ନବୀନ, ପାଣ୍ଡିଆନ୍, କୁଟ୍ଟେ, ମାନସ ମଙ୍ଗରାଜ, ବବି ଦାସ ପ୍ରମୁଖ ଗଣତନ୍ତ୍ରର ହତ୍ୟା କରି ଖୁସି ମନାଇଲେ। ନିଜର ବୋଲକରା ଟିଭି ଚ୍ୟାନେଲ ଓ ଖବରକାଗଜକୁ ଲଗାଇ ଜଣେ ସଚ୍ଚୋଟ ସାମ୍ବାଦିକର ଚରିତ୍ର ସଂହାର କଲେ । ଏ କଳାଦିନକୁ ଓଡ଼ିଶା ଇତିହାସ କେବେ ଭୁଲିପାରିବ ନାହିଁ । କାରଣ ଓଡ଼ିଆ ଅସ୍ମିତା ପାଇଁ ବଳିଦାନ ଏଇଠୁ ଆରମ୍ଭ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ