ପାନୀୟ ଜଳରୁ ବଞ୍ଚିତ ବାସୁଦେବପୁର ଗ୍ରାମବାସୀ

ବାଲିଆପାଳ (ବଡ଼ ଖବର ବ୍ୟୁରୋ) ଫେଲ ମାରିଛି ବସୁଧା ଯୋଜନା । ଅଚଳ ହୋଇ ପଡିରହିଛି ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଳକ ଦେଉଳା ପଞ୍ଚାୟତ ବାସୁଦେବପୁର ଗ୍ରାମରେ । ଏହି ଗ୍ରାମରେ ନିର୍ମିତ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବେ ଲୋକଙ୍କ କାମରେ ଆସୁ ନାହିଁ । ଅଚଳ ଅବସ୍ଥାରେ ପଡିରହିଛି । ଏହି ପ୍ରକଳ୍ପରୁ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ସଠିକ ବିବରଣୀ କୌଣସି ଠାରେ ଦେଖିବାକୁ ମିଳିନାହିଁ । ୨୦୨୦ ମସିହାରେ ପ୍ରକଳ୍ପଟିର କାମ ଆରମ୍ଭ ହୋଇଥିବା ବେଳେ୨୦୨୨ ଜାନୁଆରୀ ମାସରେ ପ୍ରକଳ୍ପକୁ ଅଧା ପନ୍ତରିଆ ଭାବେ ଉଦଘାଟନ କରାଯାଇଥିଲା ।

ଏବେ କିନ୍ତୁ ମଟରରୁ ଆଉ ପାଣି ଟାଙ୍କିକୁ ଯାଉନାହିଁ । ଚଞ୍ଚକତା କରି ଏହାର ପାଇପ ଲାଇନକୁ ପୁରୁଣା ପାଇପ ଲାଇନରେ ଯୋଡି ଦିଆଯାଇଛି। ପ୍ରକଳ୍ପ ପାଇଁ ନୂଆ ପାଇପ ଲାଇନ ବିଛା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇଥବା ବେଳେ ନିମ୍ନ ମାନର ମଟର ଯୋଗୁଁ ପାଣି ଟାଙ୍କିକୁ ଯାଇପାରୁ ନାହିଁ । ସ୍ଥାନୀୟ ଲୋକମାନେ ବ୍ଳକ ଅଫିସକୁ ଦୌଡ଼ିଦୌଡ଼ି ହତାଶ ହୋଇ ଗଲେଣି । ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ପାନୀୟ ଜଳ ଯୋଗାଣ ବିଭାଗ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପଦକ୍ଷେପ ନେବା କଥା, ତାହା ମଧ୍ୟ ହେଉ ନାହିଁ । ସରକାରଙ୍କ ଲୋକାଭୀମୁଖୀ ଏହି ଯୋଜନା ବାଲିଆପାଳରେ ଏବେ ପ୍ରହସନ କହିଲେ ଚଳେ। ଏହାର ତଦନ୍ତ ଗ୍ରାମବାସୀ ଦାବି କରିଛନ୍ତି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତେବେ ବାସୁଦେବପୁର ଗ୍ରାମରେ ଦିଗହରା ହୋଇଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ