Masthead

ପାନୀୟ ଜଳରୁ ବଞ୍ଚିତ ବାସୁଦେବପୁର ଗ୍ରାମବାସୀ

ବାଲିଆପାଳ (ବଡ଼ ଖବର ବ୍ୟୁରୋ) ଫେଲ ମାରିଛି ବସୁଧା ଯୋଜନା । ଅଚଳ ହୋଇ ପଡିରହିଛି ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଳକ ଦେଉଳା ପଞ୍ଚାୟତ ବାସୁଦେବପୁର ଗ୍ରାମରେ । ଏହି ଗ୍ରାମରେ ନିର୍ମିତ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବେ ଲୋକଙ୍କ କାମରେ ଆସୁ ନାହିଁ । ଅଚଳ ଅବସ୍ଥାରେ ପଡିରହିଛି । ଏହି ପ୍ରକଳ୍ପରୁ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ସଠିକ ବିବରଣୀ କୌଣସି ଠାରେ ଦେଖିବାକୁ ମିଳିନାହିଁ । ୨୦୨୦ ମସିହାରେ ପ୍ରକଳ୍ପଟିର କାମ ଆରମ୍ଭ ହୋଇଥିବା ବେଳେ୨୦୨୨ ଜାନୁଆରୀ ମାସରେ ପ୍ରକଳ୍ପକୁ ଅଧା ପନ୍ତରିଆ ଭାବେ ଉଦଘାଟନ କରାଯାଇଥିଲା ।

ଏବେ କିନ୍ତୁ ମଟରରୁ ଆଉ ପାଣି ଟାଙ୍କିକୁ ଯାଉନାହିଁ । ଚଞ୍ଚକତା କରି ଏହାର ପାଇପ ଲାଇନକୁ ପୁରୁଣା ପାଇପ ଲାଇନରେ ଯୋଡି ଦିଆଯାଇଛି। ପ୍ରକଳ୍ପ ପାଇଁ ନୂଆ ପାଇପ ଲାଇନ ବିଛା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇଥବା ବେଳେ ନିମ୍ନ ମାନର ମଟର ଯୋଗୁଁ ପାଣି ଟାଙ୍କିକୁ ଯାଇପାରୁ ନାହିଁ । ସ୍ଥାନୀୟ ଲୋକମାନେ ବ୍ଳକ ଅଫିସକୁ ଦୌଡ଼ିଦୌଡ଼ି ହତାଶ ହୋଇ ଗଲେଣି । ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ପାନୀୟ ଜଳ ଯୋଗାଣ ବିଭାଗ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପଦକ୍ଷେପ ନେବା କଥା, ତାହା ମଧ୍ୟ ହେଉ ନାହିଁ । ସରକାରଙ୍କ ଲୋକାଭୀମୁଖୀ ଏହି ଯୋଜନା ବାଲିଆପାଳରେ ଏବେ ପ୍ରହସନ କହିଲେ ଚଳେ। ଏହାର ତଦନ୍ତ ଗ୍ରାମବାସୀ ଦାବି କରିଛନ୍ତି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତେବେ ବାସୁଦେବପୁର ଗ୍ରାମରେ ଦିଗହରା ହୋଇଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା