ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଆସିଲାନି ୧୦୮ ଆମ୍ବୁଲାନ୍ସ । ରୋଗୀ ଗଲେ ଡାଲା ଅଟୋରେ। ଅନୁଗୁଳ ଜିଲ୍ଲାରେ ରୋଗୀଙ୍କ ସୁରକ୍ଷା ଦିନ କୁ ଦିନ ଚିନ୍ତାର ବିଷୟ ପାଳିଟିଛି। ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଥିବା ପୁରୁଷ ଭେସକ ବିଭାଗକୁ କିଛିଦିନ ପୂର୍ବରୁ ଜଣେ ରୋଗୀ ଚିଖିତ୍ସା ପାଇଁ ଆସିଥିଲେ। କିନ୍ତୁ ଅଧିକ ଚିକିତ୍ସା ପାଇଁ ଏଠାରୁ କଟକ ବଡ଼ ମେଡିକାଲ ସ୍ତାନାନ୍ତର କରାଯାଇଥିଲା। ହେଲେ ରୋଗୀଙ୍କୁ ସ୍ତାନାନ୍ତର ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା।

ସେମାନେ ଅତି ଗରିବ ହୋଇଥିବାରୁ ବାଧ୍ୟ ହୋଇ ଏକ ଡାଲା ଅଟୋରେ ରୋଗୀଙ୍କୁ ନିଜ ଘରକୁ ଫେରାଇ ନେଇଥିଲା। ମେଡିକାଲ ପରିଚାଳନାରେ ଲାଗି ରହିଥିବା ଏହି ଅଵ୍ୟଵସ୍ଥାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବକୁ ଦାବି କରିଛନ୍ତି ସାଧାରଣ ଜନତା।

Leave a Reply

Your email address will not be published. Required fields are marked *