Masthead

କାବୁଲରେ ପୁଣି ବୋମା ବିସ୍ଫୋରଣ

(ବଡ଼ ଖବର ବ୍ୟୁରୋ): କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ କାବୁଲ । ଲଗାତର ଦୁଇଟି ବୋମା ବିସ୍ଫୋରଣ ଓ ଗୁଳିକାଣ୍ଡ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ସବୁଠାରୁ ବଡ଼ ମିଲିଟାରୀ ହସ୍ପିଟାଲ ନିକଟରେ ଏହି ଘଟଣା ଘଟିଛି । ମହମ୍ମଦ ଦାଉଦ ଖାନ୍ ହସ୍ପିଟାଲର ପ୍ରବେଶ ପଥରେ ଏହି ବସ୍ଫୋରଣ ଘଟିଥିବା ମନ୍ତ୍ରୀଙ୍କ ମୁଖପାତ୍ର କ୍ୱାରି ସୟଦ ଖୋଷ୍ଟାଙ୍କ ପକ୍ଷରୁ କୁହାଯାଇଛି । ତେବେ ଅଘଟଣ ପରେ ଅଧିକ ସଂଖ୍ୟ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିବା କୁହାଯାଇଛି ।

ଏହି ବିସ୍ଫୋରଣରେ କଣ କ୍ଷୟକ୍ଷତି ହୋଇଛି ଏ ନେଇ ଆକଳନ ଚାଲିଛି । ବିସ୍ଫୋରଣ ପଛର କାରଣ କଣ ସେ ନେଇ ତାଲିବାନ୍ ସରକାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହା ପଛରେ ISIS-Kର ହାତ ଥିବା ଅନୁମାନ କରାଯାଉଛି । ଗତ କିଛି ଦିନ ଧରି କାବୁଲର ବିଭିନ୍ନ ପ୍ରାନ୍ତରେ ବିସ୍ଫୋରଣ ହେଉଥିବା ଖବର ଆସୁଛି । ଯାହାକୁ ନେଇ ଭୟରେ ଅଛନ୍ତି କାବୁଲବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ