ପ୍ରମୋଦ ଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ପରିବାର ପେଟକୁ ଦାନା ଦେବା ପାଇଁ ପ୍ରମୋଦ ଙ୍କ ସ୍ତ୍ରୀ ଙ୍କୁ ଭିକ ମାଗିବାକୁ ପଡୁଛି ।

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଆମ୍ଭେରି ପଞ୍ଚାୟତ କେସଡା ଗ୍ରାମର ଦଳିତ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ପ୍ରମୋଦ ମଲ୍ଲିକ , ସ୍ବର୍ଗତ ନଟବର ମଲ୍ଲିକଙ୍କ ଏକ ମାତ୍ର ପୁତ୍ର , ପ୍ରମୋଦ ମଲ୍ଲିକ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରେ ଘରେ ଶଯ୍ୟାଶାୟୀ ମା ରାଧାରାଣୀ (୭୨)ପ୍ରମୋଦ ଙ୍କର ଝିଅ ୧୨ ବର୍ଷ ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ପୁଅକୁ ୪ ବର୍ଷ ସ୍କୁଲ ମାଟି ମାଡ଼ି ନାହିଁ, ଗତ ତିନି ବର୍ଷ ତଳେ ପ୍ରମୋଦ ଙ୍କୁ ପାରାଲିସ୍ ରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲ ଓ ପରେ ଏକ ଘରୋଇ ମେଡିକାଲ ରେ ଚିକିତ୍ସା କରିଥିଲେ ମଧ୍ୟ ସ୍ବାସ୍ଥ୍ୟର ପରିବର୍ତ୍ତନ ହୋଇନଥିଲା, ପ୍ରମୋଦ ଙ୍କ ଚିକିତ୍ସାରେ ସବୁ ଅର୍ଥ ଖର୍ଚ୍ଚ ହୋଇଗଲା, ଏପରିକି ବଂଧୁ ବାଦ୍ଧବ, ଗ୍ରାମର ପଡୋଶୀ ମାନଙ୍କ ଠାରୁ ମାଗି ପ୍ରମୋଦ ଙ୍କ ସ୍ତ୍ରୀ କାବେରୀ (୩୬) ଚିକିତ୍ସା କରାଇଥିଲେ, ଅଧିକ ଚିକିତ୍ସା ପାଇଁ ଆବଶ୍ୟକତା ଥିବାରୁ ପାଖରେ ଅର୍ଥ ନାହିଁ, ଏପରିକି ପେଟର ଭୋକ ପାଇଁ ଘରେ ଦାନା ନାହିଁ, ଏପରି କ୍ଷେତ୍ରରେ ଚିକିତ୍ସା କଥା ପଚାରୁଛି କିଏ, ୫ଜଣ ପରିବାର ପେଟକୁ ଦାନା ଦେବା ପାଇଁ ପ୍ରମୋଦ ଙ୍କ ସ୍ତ୍ରୀ କାବେରୀ ଙ୍କୁ ଭିକ ମାଗିବାକୁ ପଡୁଛି , ୧୨ବର୍ଷର ଝିଅ ଭଲ ପାଠପଢୁଥିଲେ ମଧ୍ୟ ଅର୍ଥ ଅଭାବରୁ ପାଠପଢ଼ା ରେ ଡୋରି ବନ୍ଧା ହେବ ବୋଲି କାବେରୀ ପ୍ରକାଶ କରିଛନ୍ତି, ଘରଢିଅକୁ ଛାଡ଼ିଦେଲେ ଚାଷ ଜମି ଗୁଣ୍ଠ ଟିଏ ବି ନାହିଁ, ପ୍ରମୋଦ ଙ୍କ ମା ରାଧାରାଣୀ ପାଇଥିବା ୫୦୦ଟଙ୍କା ଭତା ଓ ୨୫ କେଜି ଚାଉଳ ଏହି ଗରିବ ପରିବାରର ଭରସା।
ଏହି ଗରିବ ପରିବାରକୁ ସରକାରୀ ସାହାଯ୍ୟ ବି କୋୖଣସି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ଏପରିକି ପ୍ରମୋଦ ଗୋଟେ ଘରେ ପଡ଼ିଥିବା ବେଳେ ମା ରାଧାରାଣୀ ଅନ୍ୟ ଏକ ଘରେ ପଡ଼ିଥିବା ଅବସ୍ଥାରେ ପଡିଛନ୍ତି, ଏପରି ସ୍ଥଳେ ପ୍ରମୋଦଙ୍କ ସ୍ତ୍ରୀ କାବେରୀ ୫ ପ୍ରାଣୀ ପାଇଁ ଦାନା ସଂଗ୍ରହ କରିବେ ନା ସ୍ବାମୀ ଓ ଶାଶୁଙ୍କ ସେବା କରିବେ ତାହା ଜାଣି ପାରୁନାହାଁନ୍ତି । ଏ ପରି କ୍ଷେତ୍ରରେ ଯଦି ସରକାରୀ ସାହାଯ୍ୟ ନ ମିଳେ ଆଗାମୀ ଦିନରେ ପରିବାର ସମୁହ ଆତ୍ମହୁତି ପ୍ରଦାନ କରିବେ ବୋଲି ପ୍ରମୋଦ ଓ କାବେରୀ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!